ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା: କଥକ ନୃତ୍ୟରେ ବିମୋହିତ ଦର୍ଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା: କଥକ ନୃତ୍ୟରେ ବିମୋହିତ ଦର୍ଶକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସୃଜନ’ ପକ୍ଷରୁ ଆୟୋଜିତ ଓମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଚତୁର୍ଥ ସନ୍ଧ୍ୟା। ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ରାଜେନ୍ଦ୍ର ଗଙ୍ଗାନୀଙ୍କ ନୃତ୍ୟରେ ବିମୋହିତ ହୋଇଥିଲେ ଦର୍ଶକ। ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ଜଗନ୍ନାଥଙ୍କ ଜଣାଣ- ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ….। ପରେ ସେ ଦେବୀ ଦୁର୍ଗାଙ୍କ ଶକ୍ତି ଓ ମହତ୍ତ୍ୱ ଉପରେ ଆଧାରିତ ଦୁର୍ଗାସ୍ତୁତି ପରିବେଷଣ କରିଥିଲେ।
 
ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଜୟଦେବଙ୍କ ‘ଗୀତ ଗୋବିନ୍ଦ’ ଆଧାରିତ ଅଭିନୟ। ତାଙ୍କୁ ବାଦ୍ୟରେ ସହଯୋଗ କରିଥିଲେ ତବଲାରେ ଯୋଗେଶ ଗଙ୍ଗାନୀ, ସୀତାରରେ ରବି ଶଙ୍କର ଶର୍ମା, ସାରଙ୍ଗୀରେ ଆୟୁବ ଖାନ ଓ କଣ୍ଠ ସାମିଉଲ୍ଲା ଖାନ୍।
ଅଜିର ସନ୍ଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଥିଲା ଆମ୍ଭି ସୁବ୍ରମନ୍ୟମ କର୍ଣ୍ଣାଟକୀ ସଙ୍ଗୀତରେ ବେହେଲା ବାଦନ। ତାଙ୍କ ପ୍ରସ୍ତୁତିରେ ଥିଲା ରାଗ ଆଭୋଗି। ପରେ ସେ ରାଗ ଚାରୁକେଶୀରେ ପଲ୍ଲବୀ ବାଦନ ଓ ଶେଷରେ ତିଲାନା ପରିବେଷଣ କରିଥିଲେ। 
 
ଉତ୍ସବର ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ଓଡ଼ିଶୀ ଗୁରୁ ଅରୁଣା ମହାନ୍ତି, ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରଣତି ମହାନ୍ତି ଓ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଓ ସଂଚାଳନ କରିଥିଲେ ଦେବୀପ୍ରସାଦ ମିଶ୍ର।


from Odisha Reporter https://ift.tt/2CHCdSi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages