ଭରସା ପାଇଲାନି, ରାଜ୍ୟ କଂଗ୍ରେସ ନେତାଙ୍କୁ ଭେଟିବ ସ୍କ୍ରିନିଂ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଭରସା ପାଇଲାନି, ରାଜ୍ୟ କଂଗ୍ରେସ ନେତାଙ୍କୁ ଭେଟିବ ସ୍କ୍ରିନିଂ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପ୍ରଦେଶ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିବାବେଳେ ଆସନ୍ତା ୧ ତାରିଖରେ ପ୍ରଦେଶ ନର୍ବାଚନ କମିଟି(ପିଇସି) ବୈଠକ ବସିବ ବୋଲି ଜଣାପଡ଼ିଛି। ଦଳୀୟ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ପିଇସି ବୈଠକ ବସୁଥିଲେ ମଧ୍ୟ ଓଡ଼ିଶା ଦାୟିତ୍ୱରେ ଥିବା ସ୍କ୍ରିନିଂ କମିଟିର ପଦାଧିକାରୀମାନେ ସିଧାସଳଖ ରାଜ୍ୟର ବରିଷ୍ଠ ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ଏବେ ପିସିସି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି।

ଅଗଷ୍ଟ ଶେଷ ସୁଦ୍ଧା ୫୦ଜଣ ନେତାଙ୍କ ପ୍ରାର୍ଥୀତ୍ୱ ଘୋଷଣା କରାଯିବ ବୋଲି କହିଥିବା ପ୍ରଦେଶ କଂଗ୍ରେସ ଏବେ ଏହି ପ୍ରକ୍ରିୟା ଅକ୍ଟୋବର ଶେଷ ହେବ ବୋଲି ଆଶଙ୍କା କରିଛି।

ମିଳିଥିବା ସୂଚନା ଅନୁସାରେ ଚଳିତମାସ ୩୦ତାରିଖରେ ଓଡ଼ିଶା ସ୍କ୍ରିନିଂ କମିଟି ମୁଖ୍ୟ ଭିଡି ସଥେଶାନ୍ ଓ ଦୁଇ ସଦସ୍ୟ ଜିତିନ୍ ପ୍ରସାଦ ଓ ନୌସାଦ ସୋଲାଙ୍କି ଓଡ଼ିଶା ଗସ୍ତରେ ଆସିବେ।୩୦ ତାରିଖରେ ସ୍କ୍ରିନିଂ କମିଟି ବୈଠକ ଥିବାବେଳେ ୧ ତାରିଖରେ ପିଇସି ବୈଠକ ଅନୁଷ୍ଠିତ ହେବ। ତେବେ ଏହି ବୈଠକ ବାଦ୍ ସ୍କ୍ରିନିଂ କମିଟିର ସଦସ୍ୟମାନେ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧ ତାରିଖ ଦୁଇଦିନ ଧରି ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଏକାନ୍ତ ଭାବେ ଭେଟି ଆଲୋଚନା କରିବେ।

ସ୍କ୍ରିନିଂ କମିଟି ସଦସ୍ୟମାନେ ରାଜ୍ୟର ବରିଷ୍ଠ ନେତାମାନଙ୍କୁ ଏକାନ୍ତ ଭାବେ ଭେଟି ସେମାନଙ୍କର ଆପତ୍ତି-ଅଭିଯୋଗ ଶୁଣିବାକୁ ନିଷ୍ପତ୍ତି ନେଇଥିବାରୁ ତାହା ପିସିସି ନେତୃତ୍ୱଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ କଂଗ୍ରେସର ଟିକେଟ ଚୟନ ପ୍ରକ୍ରିୟାରେ ପିଇସି ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବା ପରେ ତାହା ସ୍କ୍ରିନିଂ କମିଟିକୁ ଯାଇଥାଏ। ଆଉ ସ୍କ୍ରିନିଂ କମିଟି ତାକୁ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଏ। ସେଠାରେ କଂଗ୍ରେସ ଅଧ୍ୟକ୍ଷ ନିଜେ ପ୍ରାର୍ଥୀ ଚୟନରେ ଚୂଡ଼ାନ୍ତ ମୋହର ମାରିଥାନ୍ତି।

ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ପ୍ରାର୍ଥୀ ଚୟନ ପାଇଁ ପ୍ରଚଳିତ ବ୍ୟବସ୍ଥାରେ ଚଳିତ ଥର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରଦେଶ କଂଗ୍ରେସ ପାଇଁ ଗଠିତ ୩ଜଣିଆ ସ୍କ୍ରିନିଂ କମିଟି ଓଡ଼ିଶା ଆସି ଦଳର ନେତାମାନଙ୍କ ସହ ଆଲୋଚନା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟ ସଂଗଠନ ଉପରେ କଂଗ୍ରେସ ହାଇକମାଣ୍ଡ ଫୋକସ ଦେଉଥିବାରୁ ପିଇସି ଭରସାରେ ସ୍କ୍ରିନିଂ କମିଟି ନରହି ସବୁବର୍ଗର ନେତାଙ୍କୁ ଭେଟି ବାସ୍ତବତା ଜାଣିବାକୁ ଚାହିଁଛନ୍ତି।ସ୍ୱାଭାବିକ ଭାବେ ବହୁ ଗୋଷ୍ଠୀରେ ବିଭକ୍ତ ଥିବା କଂଗ୍ରେସ ନେତାମାନେ ପ୍ରାର୍ଥୀତ୍ୱକୁ ନେଇ ଭିନ୍ନ ମତ ରଖିବେ। ଏହା ହିଁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମର ଚିନ୍ତା ବଢ଼ାଇଛି।

କଂଗ୍ରେସର ଦଳୀୟ ସୂତ୍ର ଅନୁସାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ସହାୟତା କରିବା ପାଇଁ ନିଯୁକ୍ତି ପାଇଥିବା ୩ଜଣ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀ ଓ ନବ ଦାସଙ୍କ ଦାୟିତ୍ୱରେ ଏବେ ରାଜ୍ୟର ସମସ୍ତ ୩୩ଟି ସାଂଗଠନିକ ଜିଲ୍ଲା ରହିଛି। ଜଣେ ଲେଖାଏ ପିସିସି କାର୍ଯ୍ୟକାରୀ ସଭାପତିଙ୍କ ଦାୟିତ୍ୱରେ ୧୧ଟି ସାଂଗଠନିକ ଜିଲ୍ଲା ରହିଥିବାବେଳେ ସେମାନେ ନିଜ ନିଜର ଅନୁଗତଙ୍କୁ ଟିକେଟ୍ ଦେବା ଉପରେ ଗୁରୁତ୍ୱ ଦେଉଛନ୍ତି।

ସେମାନଙ୍କ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଭିତରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିଜର ଅନୁଗତମାନଙ୍କୁ ଥଇଥାନ କରିବାରେ ସମସ୍ୟା ଦେଖାଦେଇଛି।ଯେଉଁଥିପାଇଁ ଟିକେଟ୍ ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇପାରିନି। ଆଉ ଏହି କାରଣରୁ ସ୍କ୍ରିନିଂ କମିଟି ଓଡ଼ିଶା ଆସି ନେତାମାନଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2NK55Oy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages