୬ରେ ଲୋକାୟୁକ୍ତ ସିଲେକ୍‌ସନ୍‌ କମିଟିର ବୈଠକ, ସମୟ ମାଗି ଖସିଯିବାକୁ ମସୁଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

୬ରେ ଲୋକାୟୁକ୍ତ ସିଲେକ୍‌ସନ୍‌ କମିଟିର ବୈଠକ, ସମୟ ମାଗି ଖସିଯିବାକୁ ମସୁଧା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାରା, ସମବାୟ ଓ ଓମ୍‌ଫେଡ୍‌ ପଲିଥିନ୍ ପ୍ୟାକ୍ ଭଳି ଅନେକ ଦୁର୍ନୀତିକୁ ନେଇ ଉଠୁଛି ପଡୁଛି ରାଜ୍ୟ। ବରିଷ୍ଠ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ଆସୁଛି। ଏସବୁର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏଯାଏ ଗଠନ କରୁନାହାନ୍ତି ଲୋକାୟୁକ୍ତ।

ଗତ ଜୁଲାଇ ୧୦ରେ ୩ ମାସ ଭିତରେ ଲୋକାୟୁକ୍ତ ଗଠନ ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଲୋକାୟୁକ୍ତ ଗଠନ କରିବା ପରିବର୍ତ୍ତେ ସରକାର ଏଯାଏ ଚୁପ୍‌ ବସିଥିଲେ। ତେବେ ଡେଡ୍‌ଲାଇନ୍‌ ଅକ୍ଟୋବର ୧୦ ତାରିଖ ପାଖଉଥିବା ଦେଖି ତରବରିଆ ଭାବେ ଆସନ୍ତା ୬ ତାରିଖରେ ସିଲେକସନ୍‌ କମିଟି ବୈଠକ ଡକାଇଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ଏପର୍ଯ୍ୟନ୍ତ ଲୋକାୟୁକ୍ତ ଗଠନ ନେଇ ପ୍ରକ୍ରିୟା ଆଗେଇ ପାରୁନାହିଁ? ନିର୍ବାଚନ ଗଡ଼ିଯିବା ଯାଏ ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି କି? ଏହାକୁ ନେଇ ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।

ସେପଟେ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସିଲେକ୍‌ସନ୍‌ କମିଟି ବୈଠକ ବସିବ। ଯେଉଁଥିରେ ସଦସ୍ୟ ଅଛନ୍ତି ବିଧାନସଭା ବାଚସ୍ପତି, ବିରୋଧୀ ଦଳ ନେତା ଓ ହାଇକୋର୍ଟ ମୁଖ୍ୟ ବିଚାରପତି କିମ୍ବା ତାଙ୍କ ଦ୍ୱାରା ମନୋନୀତ ଜଣେ ଜଜ୍। କମିଟିର ଅନ୍ୟ ଜଣେ ସଦସ୍ୟଙ୍କୁ ରାଜ୍ୟପାଳ ମନୋନୀତ କରିବେ।

ପରେ ସିଲେକ୍ସନ କମିଟି ଲୋକାୟୁକ୍ତ ନିଯୁକ୍ତି ପାଇଁ ୫ ଜଣିଆ ସର୍ଚ୍ଚ କମିଟି ବାଛିବେ। ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟଙ୍କୁ ବାଛି ଚୟନ କମିଟିର ବିଚାର ପାଇଁ ସୁପାରିସ କରିବେ। ଏହା ସମୟ ସାପେକ୍ଷ ହୋଇଥିବାରୁ ଲୋକାୟୁକ୍ତ ଗଠନ ନେଇ ସରକାର କୋର୍ଟରେ ୩ ମାସ ସମୟ ମାଗି ଖସି ଯିବା ଚକ୍କରରେ ଥିବା ଜଣାପଡ଼ିଛି।



from Odisha Reporter https://ift.tt/2OP2I9W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages