‘କଏଦୀମାନଙ୍କୁ ଜେଲରେ ପଶୁ ଭଳି ରଖାଯିବା ଠିକ୍ ନୁହେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

‘କଏଦୀମାନଙ୍କୁ ଜେଲରେ ପଶୁ ଭଳି ରଖାଯିବା ଠିକ୍ ନୁହେଁ’

ନୂଆଦିଲ୍ଲୀ: କଏଦୀମାନେ ମଧ୍ୟ ମଣିଷ। ସେମାନଙ୍କୁ ପଶୁ ଭଳି ଜେଲ୍‌ ମଧ୍ୟରେ ରଖାଯିବା ଠିକ୍‌ ନୁହେଁ। ଜେଲ୍‌ରେ ଅନେକ ସମୟରେ କଏଦୀ ମାନଙ୍କର ଅପ୍ରାକୃତିକ ମୃତ୍ୟୁ ଘଟୁଛି। ଦେଶର ବିଭିନ୍ନ ଜେଲ୍‌ରେ ଏବେ କ୍ଷମତାଠାରୁ ଅଧିକ କଏଦୀ ରହୁଥିବା ବାରମ୍ବାର ଅଭିଯୋଗ ହେଉଛି।

ଏଥିସହ କଏଦୀଙ୍କ ଅଧିକାରକୁ ମଧ୍ୟ ଉଲ୍ଲଙ୍ଘନ କରାଯାଉଥିବା ଜଣାପଡ଼ିଛି। ସେହିପରି ମହିଳା କଏଦୀଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଥିବା କୁହାଯାଉଛି। ତେଣୁ ଜେଲ ବ୍ୟବସ୍ଥାରେ ତୁରନ୍ତ ଆବଶ୍ୟକ ସୁଧାର ଓ ସଂସ୍କାର ଆସିବା ଦରକାର।

ଏକଥା ଆଜି କହିଛନ୍ତି ଜଷ୍ଟିସ୍‌ ମଦନ ବି ଲୋକୁରଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ।

ଦେଶର ୧,୩୮୨ଟି ଜେଲ୍‌ରେ ଥିବା ଅସ୍ୱାସ୍ଥ୍ୟକର ପରିବେଶ ସମ୍ପର୍କିତ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏଭଳି ରୁଲିଂ ଦେଇଛନ୍ତି। ଉପରୋକ୍ତ କାରଣ ଦୃଷ୍ଟିରୁ କୋର୍ଟ ଜେଲ୍‌ ସଂସ୍କାର ଉପରେ ଗୁରୁତ୍ୱ ଦେଇଛନ୍ତି।

ସମଗ୍ର ଦେଶରେ ଥିବା ଜେଲ୍‌ରେ ସଂସ୍କାର ଓ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ପୂରଣ କରିବା ଆଦି ବିଷୟରେ ତର୍ଜମା କରିବା ଲାଗି ଆଜି ସୁପ୍ରିମକୋର୍ଟ ୩ ଜଣିଆ କମିଟି ଗଠନ କରିଛନ୍ତି।
ଏହି କମିଟିର ନେତୃତ୍ୱ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅମିତାଭ ରୟ ନେବେ। ଏହି କମିଟି ଜେଲ୍‌ଗୁଡ଼ିକରେ ଆବଶ୍ୟକ ପରିବର୍ତ୍ତନ ସମ୍ପର୍କରେ ଅନୁଧ୍ୟାନ କରି ତାଙ୍କର ସୁଚିନ୍ତିତ ମତ ଓ ପରାମର୍ଶ ଦେବେ।



from Odisha Reporter https://ift.tt/2Q5CJuP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages