
ଦେବଗଡ଼(ସିଦ୍ଧାର୍ଥ ଗୁରୁ): ନୂଆ କରି ଆଣିଥିଲେ ରୋଷେଇ ଗ୍ୟାସ୍। ଆଜି ଏହାକୁ ଟେଷ୍ଟିଂ କରୁଥିବା ବେଳେ ଅସାବଧାନତା ଯୋଗୁ ଶାଢ଼ୀରେ ନିଆଁ ଲାଗି ଯାଇଥିଲା। ଆଉ ତା’ପରେ ଏହା ଆୟତ୍ତ ବାହାରକୁ ଚାଲିଯାଇଥିଲା। ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ସ୍ତ୍ରୀଙ୍କ ମୃତ୍ୟୁ ମେଡିକାଲରେ ଘଟିଥିବା ବେଳେ ଜୀବନ ସହିତ ସଂଘର୍ଷ କରୁଛନ୍ତି ସ୍ୱାମୀ।
ଆଜି ଏମିତି ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲାରେ ଘଟିଛି।
ପୂରା ଘଟଣା ଏମିତି। ଉଜ୍ଜ୍ଵଳା ଯୋଜନାରେ ଛେପିଲିପାଲି ପଞ୍ଚାୟତର ନାଏବ ସରପଞ୍ଚ ତଥା ଶୁଳିଆ ଗାଁର ପ୍ରତିଭା ପ୍ରଧାନଙ୍କୁ ଏକ ଗ୍ୟାସ ସଂଯୋଗ ମିଳିଥିଲା। ଆଜି ପ୍ରତିଭା ଓ ତାଙ୍କ ସ୍ୱାମୀ ଶରତ ଗ୍ୟାସ୍ ଖୋଲି ଗ୍ୟାସଚୁଲାରେ ଅଗ୍ନି ସଂଯୋଗ କରୁଥିଲେ। ଅସାବଧାନତା ଯୋଗୁ ନିଆଁ ପ୍ରତିଭାଙ୍କ ଶାଢ଼ୀରେ ଲାଗି ଯାଇଥିଲା। ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ପାଖରେ ଥିବା ସ୍ୱାମୀ ମଧ୍ୟ ନିଆଁରେ ପୋଡ଼ି ଯାଇଥିଲେ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରତିଭାଙ୍କର ମୃତ୍ୟୁ ଘଟିଥିବା ବେଳେ ଶରତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।
from Odisha Reporter https://ift.tt/2wFysY3
No comments:
Post a Comment