ଧରାପଡ଼ିଲା ସିରିୟଲ୍‌ କିଲର୍‌: ଏମିତି କରିଥିଲା ୩୩ ଜଣଙ୍କ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଧରାପଡ଼ିଲା ସିରିୟଲ୍‌ କିଲର୍‌: ଏମିତି କରିଥିଲା ୩୩ ଜଣଙ୍କ ହତ୍ୟା

adesh

ଭୋପାଲ: ଦିନରେ ଦରଜୀ କାମ କରୁଥିଲେ ଆଉ ରାତିରେ ପାଲଟି ଯାଉଥିଲେ ସଇତାନ୍‌। ରାତିର ଅନ୍ଧାରରେ କରୁଥିଲେ ନର ସଂହାର। ଟାର୍ଗେଟ ଥିଲେ ଟ୍ରକ୍‌ ଡ୍ରାଇଭର୍‌ ଓ ହେଲ୍‌ପର। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ୩୩ ଜଣଙ୍କୁ କରିଥିଲେ ହତ୍ୟା। ଆମେ କହୁଛୁ, ଗତ ସପ୍ତାହରେ ଗିରଫ ହୋଇଥିବା ଆଦେଶ ଖାମରା କଥା।
ତେବେ ସ୍ୱଭାବରେ ଶାନ୍ତ ଓ ମେଳାପି ଲାଗୁଥିବା ଆଦେଶ ସମ୍ପର୍କରେ ଜାଣିବା ପରେ ସ୍ତବ୍ଧ ହୋଇଯାଇଛି ସାରା ଦେଶ।
ଅନ୍ୟପକ୍ଷରେ ଗିରଫ ପରେ ଆଦେଶ ଯାହା କହିଛି ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ପଚରାଉଚରା ବେଳେ ଆଦେଶ ଏସବୁ ହତ୍ୟା କରିଥିବା ସ୍ୱୀକାର କରିବା ସହ କଷ୍ଟରେ ଥିବା ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପରଙ୍କୁ ମୁକ୍ତି ଦେଇଥିବା କହିଛନ୍ତି।
ଆଦେଶ ଗିରଫ ହେବା ପରେ ବିଭିନ୍ନ ରାଜ୍ୟର ସାମାଧାନ ହୋଇ ନପାରି ଫାଇଲ୍‌ ତଳେ ଧୂଳି ଖାଉଥିବା ସମସ୍ତ ମୃତକଙ୍କ କେସ୍‌ ଖୋଲିବା ଆରମ୍ଭ କରିଛନ୍ତି ସ୍ଥାନୀୟ ପୁଲିସ୍‌।
ଏମିତି ବସାଉଥିଲା ମୃତ୍ୟୁର ଫାସ
ପାଖାପାଖି ୨୦୧୦ର ଘଟଣା, ପ୍ରଥମେ ମହାରାଷ୍ଟ୍ରର ଅମରାବତୀରୁ ମିଳିଥିଲା ମୃତଦେହ। ଏହାପରେ ନାସିକ, ଉତ୍ତରପ୍ରଦେଶ ଓ ବିହାରରେ ଠାବ ହୋଇଥିଲା ଏକାଧିକ ମୃତ ଶରୀର। ସମସ୍ତ ମୃତକ ଥିଲେ ଟ୍ରକ୍ ଡ୍ରାଇଭର୍‌ ଓ ତାଙ୍କ ସହଯୋଗୀ। ହେଲେ କେହି ଭାବି ନଥିବେ ଏହି ବର୍ବର କାଣ୍ଡ ପଛରେ ଥିଲେ ଜଣେ ଦରଜୀ।
ଭୋପାଲର ଡିଆଇଜି ଧର୍ମେନ୍ଦ୍ର ଚୌଧରୀଙ୍କ ଅନୁସାରେ ୪୮ ବର୍ଷୀୟ ଆଦେଶ ଏକ ଲମ୍ବା ଦଉଢ଼ିରେ ଡ୍ରାଇଭର୍‌ମାନଙ୍କ ତଣ୍ଟି ଚିପି ହତ୍ୟା କରୁଥିଲା। ବେଳେ ବେଳେ ସେ ବିଷର ବ୍ୟବହାର କରୁଥିଲା। ଆଉ ତା’ ସହଯୋଗୀମାନେ ଡ୍ରାଇଭରଙ୍କ ସମସ୍ତ ଜିନିଷ ଲୁଟି ନେଉଥିଲେ।
ଡ୍ରାଇଭର୍‌ ଓ ହେଲପର୍‌ଙ୍କ ସହ ମିଳାମିଶା କରିବା ସହ ସେମାନଙ୍କୁ ମଦ ପିଇବାର ପ୍ରଲୋଭନ ଦେଖାଇ ଫସାଉଥିଲା ଆଦେଶ ଓ ତା’ ସହଯୋଗୀ। ପରେ ମଉକା ଦେଖି ମଦରେ ବିଷ ମିଶାଇ ସେମାନଙ୍କର ଶିକାର କରୁଥିଲା। ଶିକାର ପରେ ମୃତଦେହଗୁଡ଼ିକୁ ଯେମିତି କେହି ଚିହ୍ନି ନପାରିବେ ସେଥିପାଇଁ ସେମାନଙ୍କ ସମସ୍ତ ଲୁଗାପଟା କାଢ଼ି ପାହାଡ଼ିଆ ରାସ୍ତା କିମ୍ବା କଲଭର୍ଟ ତଳକୁ ପକାଇ ଦେଉଥିଲା।
ମୁକ୍ତି ପାଇଁ ହତ୍ୟା
ଏହି ଘଟଣାକୁ ନେଇ ଆଦେଶ କହିଛି “ସେମାନଙ୍କୁ ମୁକ୍ତି ଦେଉଥିଲି। ସେମାନଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ଭରି ରହିଥିଲା। ମୁଁ ସେମାନଙ୍କୁ ଏ ଯନ୍ତ୍ରଣାରୁ ରକ୍ଷା କରି ମୁକ୍ତିର ରାସ୍ତାରେ ପଠାଇଛି।”
ସ୍ୱଭାବ ଥିଲା ଶାନ୍ତ
ଆଦେଶ ଗିରଫ ଖବର ଶୁଣି ପାଖ ପଡ଼ୋଶୀ ସ୍ତବ୍ଧ ହୋଇଯାଇଥିଲେ। ଆଦେଶ ରହୁଥିବା ଅଞ୍ଚଳରେ ଯେତେବେଳେ ପୁଲିସ୍‌ ପଚରାଉଚରାର କରିଥିଲା, ସମ୍ପର୍କୀୟ ଓ ପଡ଼ୋଶୀ ଏହାକୁ ବିଶ୍ୱାସ କରିପାରି ନଥିଲେ। ସେମାନେ ଏଭଳି ଜଣେ ନର ରାକ୍ଷସ ସହ ରହୁଥିଲେ ବୋଲି ଜାଣି ନଥିଲେ। ଜଣେ ପଡ଼ୋଶୀ କହିଛନ୍ତି, “ଆଦେଶ ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି। ଏ କଥା ବିଶ୍ୱାସ କରିବା କଷ୍ଟକର ହେଉଛି ଯେ ସେ ୩୩ ଜଣଙ୍କୁ ହତ୍ୟା କରିଛି।”
ଅଶୋକ ଖାମରାଠାରୁ ପ୍ରେରିତ ଥିଲା ଆଦେଶ
ଆଦେଶ, ଦୁର୍ଦ୍ଦାନ୍ତ ଅପରାଧୀ ଅଶୋକ ଖାମରାଠାରୁ ଅନୁପ୍ରାଣିତ ହୋଇ ଏଭଳି କାଣ୍ଡ ଭିଆଇଥିବା ପୁଲିସ୍‌ ସନ୍ଦେହ କରୁଛି। କାରଣ ଆଦେଶ ତାକୁ ଅଙ୍କଲ ବୋଲି ଡାକୁଥିଲା। ୨୦୧୦ରେ ଅଶୋକକୁ ପୁଲିସ୍‌ ଗିରଫ କରିଥିଲା। ଅଶୋକ ବିରୁଦ୍ଧରେ ୧୦୦ଟି ହତ୍ୟା ମାମଲା ରହିଛି। କେବଳ ଏତିକି ନୁହେଁ, ତାକୁ ଯେତେବେଳେ ଟ୍ରେନ୍‌ରେ ନିଆଯାଉଥିଲା ସେ ପୁଲିସ୍‌ କର୍ମୀଙ୍କୁ ନିଶା ଔଷଧ ଖୁଆଇ ଚକମା ଦେଇ ପଳାଇଥିଲା। ସେବେଠୁ ତା’ର କୌଣସି ଖୋଜ୍‌ ଖବର ମିଳୁନାହିଁ।
ଖବରକାଗଜରୁ ଜାଣିଥିଲେ ପରିବାର ଲୋକେ
ଆଦେଶ ସମ୍ପର୍କରେ ତାଙ୍କ ପରିବାର ଲୋକେ ବି ଜାଣି ନଥିଲେ। ଖବରକାଗଜରୁ ପଢ଼ି ଏ କଥା ଜାଣିଥିବା ତା’ ପରିବାର ଲୋକେ କହିଛନ୍ତି।
ପରିବାର ଲୋକଙ୍କ କହିବା ଅନୁସାରେ ଅଗଷ୍ଟ ୧୫ ତାରିଖରେ ସେମାନେ ଆଦେଶକୁ ଶେଷ ଥର ଦେଖିଥିଲେ। ସେତେବେଳେ ସେ ଅନ୍ୟ ଏକ ମାମଲାର ଶୁଣାଣି ପାଇଁ ନାଗପୁର ଯାଉଥିଲା। ଏହା ପରଠାରୁ ସେମାନଙ୍କର ଆଦେଶଙ୍କ ସହ ଆଉ ଭେଟ ହୋଇନାହିଁ।
ତିନିଦିନ ପିଛା କରି ଧରିଥିଲେ ମହିଳା ପୁଲିସ୍‌
ଗତ ସପ୍ତାହରେ ସ୍ଥାନୀୟ ପୁଲିସ୍‌ ଆଦେଶକୁ ଗିରଫ କରିଥିଲା। ଜଣେ ମହିଳା ପୁଲିସ୍‌ କର୍ମଚାରୀ ତିନିଦିନ ପିଛା କରିବା ପରେ ଉତ୍ତରପ୍ରଦେଶର ସୁଲତାନପୁର ଜଙ୍ଗଲରୁ ଆଦେଶକୁ ଗିରଫ କରିଥିଲେ।



from Odisha Reporter https://ift.tt/2x8DICW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages