ବହିଷ୍କାର ପରେ ଏମିତି କହିଲେ ଦାମ, ଫେସ୍‌ବୁକ୍‌ରେ ବି ଲେଖିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ବହିଷ୍କାର ପରେ ଏମିତି କହିଲେ ଦାମ, ଫେସ୍‌ବୁକ୍‌ରେ ବି ଲେଖିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବହିଷ୍କାର କଥା ମୁଁ ଜାଣିନାହିଁ। ଟିଭିରୁ ଶୁଣୁଛି ବହିଷ୍କାର ହୋଇଛି ବୋଲି। ଡିସେମ୍ବର ମାସରୁ ମୁଁ ବିଜେଡିରେ ଅଛି ବୋଲି ଭାବୁନି। ମୁଁ ଦଳ ବିରୋଧରେ କିଛି କହିନାହିଁ। ଏପରିକି ଦଳର ନେତାଙ୍କ ବିରୋଧରେ ମଧ୍ୟ କିଛି କହି ନାହିଁ। ଚାରା ଦୁର୍ନୀତି, ଡଙ୍କାରୀ ପାହାଡ଼, ରାମ୍‌କୋ ସିମେଣ୍ଟ କଥା ଉଠାଇଥିଲି। ଦୁର୍ନୀତି କଥା ଉଠାଇବା କ’ଣ ଅପରାଧ କି? ବହିଷ୍କାର ପରେ ଡାକ୍ତର ଦାମୋଦର ରାଉତ ଏହା କରିଛନ୍ତି।

ଗଡ଼୍‌ଫାଦରଙ୍କ ଆଡକୁ ଅଙ୍ଗୁଳି ଉଠାଇ ଦାମ କହିଛନ୍ତି-“ଗଡ଼ଫାଦର ଓ ୩ ବିଧାୟକ କ’ଣ ବିଜେଡିର ସର୍ବେସର୍ବା କି? ଦୁର୍ନୀତି କଥା ଉଠାଇ ଯଦି ବହିଷ୍କାର ହେଲି, ତାହାହେଲେ ଜନତା ବିଚାର କରିବେ।”

ସେ ଆହୁରି କହିଛନ୍ତି,“ମୋତେ ନଜଣାଇ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିଲା। ସେହିପରି ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ବହିଷ୍କାର କରାଗଲା।”

ଦଳରୁ ବହିଷ୍କାର ପରେ ସୋଶାଲ୍‌ ମଡିଆରେ ଦାମ ଦେଲେ ପ୍ରତିକ୍ରିୟା। ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି-“ଧନ୍ୟବାଦ୍, ମୁଁ କହିଥିବା ପ୍ରସଙ୍ଗ ଗୁଡିକ ଦଳ ବିରୋଧୀ ଥିଲା ନା ଦୁର୍ନୀତି ବିରୋଧୀ ଥିଲା। ଏହା ଓଡ଼ିଶାବାସୀ ବିଚାର କରିବେ। ଦୁର୍ନୀତି ଗୁଡିକର ତହନ୍ତ ନକରି ପଦକ୍ଷେପ ନେବା କେତେ ଯୁକ୍ତିଯୁକ୍ତ। ସତ୍ୟକୁ ସାମ୍ନା କରିବାକୁ ଏତେ ଡ଼ର କାହିଁକି।”

ବହିଷ୍କାର ପରେ କେମିତି ଥିଲା ଦାମଙ୍କ ଘର ଆଗରେ ଦୃଶ୍ୟ ଦେଖନ୍ତୁ ତଳ ଭିଡିଓରେ।



from Odisha Reporter https://ift.tt/2oZ9OgK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages