
ରାଞ୍ଚି: ଝାଡ଼ଖଣ୍ଡରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନ୍ଶୃଙ୍ଖଳାକୁ ନେଇ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଉଦ୍ବେଗ ପ୍ରକାଶ କରିଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟପାଳ ମୁର୍ମୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ କରିଛନ୍ତି। ବିଗିଡ଼ିଯାଇଥିବା ଆଇନ୍ଶୃଙ୍ଖଳକା ବିଗିଡ଼ିଯିବା ନେଇ ରାଜ୍ୟପାଳ ବିବ୍ରତ ହେବା ସହ ପୁଲିସ ମହାନିର୍ଦ୍ଦେଶକଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ,ଯଦି ରାଞ୍ଚିର ମୁଖ୍ୟମନ୍ତ୍ରୀ ନିବାଶ ଚତୁଃପାର୍ଶ୍ୱ ସୁରକ୍ଷିତ ନୁହଁ ତେବେ ରାଜ୍ୟର ଅନ୍ୟ ସ୍ଥାନରେ ସ୍ଥିତି କ’ଣ ତାହା ଆଶା କରିବା ବୃଥା। ଏ ବାବଦରେ ଶନିବାର ରାଜ୍ୟପାଳ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏଥିରେ ଡିଜିପି ଡିକେ ପାଣ୍ଡେ, ସିନିୟର ସୁପରିଟେଣ୍ଡେଣ୍ଟ ଅଫ୍ ପୁଲିସ(ଏସ୍ଏସ୍ପି) ଅନିଶ୍ ଗୁପ୍ତାଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟର ଆଇନ୍ଶୃଙ୍ଖଳା ବାବଦରେ ସମୀକ୍ଷା ହେବା ସହ ରାଜ୍ୟପାଳ ମୁର୍ମୁ ଡିଜିପିଙ୍କୁ ରିପୋର୍ଟ ମାଗିଥିଲେ।
ସୂଚନାଯୋଗ୍ୟ ଯେ ଗତ କିଛିଦନ ହେଲା ରାଞ୍ଚି ଅଶାନ୍ତ ହୋଇପଡ଼ିଛି। ଅପରାଧୀମାନେ ସକ୍ରିୟ ହେବା ସହ, ଗୁଳିମାଡ଼, ରାହାଜାନୀ ଏବଂ ଲୁଟ୍ ବଢ଼ି ଚାଲିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଞ୍ଚିର କାଙ୍କେ ରୋଡ଼ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିବାଶ ଏବଂ ବାଚଷ୍ପତିଙ୍କ ନିବାସର ଆଖପାଖ ଅଞ୍ଚଳ ଅପରାଧ ପ୍ରବଣ ହୋଇ ଉଠିଛି। ଗତ କିଛିଦିନ ପୂର୍ବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁହବର ଦାସଙ୍କ ଘର ସାମ୍ନାରେ ଅପରାଧୀମାନେ ବୃନ୍ଦୁ ଦାସ ନାମକ ଜଣେ ଯୁବକଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ ସମ୍ମୁଖରେ ଏହି ଘଟଣା ଘଟିଥିଲା। ବୃନ୍ଦୁ ଦାସ ହେଉଛନ୍ତି ପୂର୍ବତନ ନକ୍ସଲ ରେଶମୀଙ୍କ ଭଉଣୀ ରୁକ୍ମଣୀ ଦେବୀଙ୍କ ସ୍ୱାମୀ। ରୁକ୍ମଣୀ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସ୍ୱାମୀ ସହ ମିଶି ଏକ କ୍ୟାଣ୍ଟିନ୍ ଚଳାଉ ଥିଲେ। ଶୁକ୍ରବାର ରାତିରେ ୩ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ରୁକ୍ମଣୀଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରିଚାଲି ଯାଇଥିଲେ। କିଛି ମାସ ପୂର୍ବରୁ ବୃନ୍ଦୁ ଦାସଙ୍କ ଦୁଇ ଭାଇଙ୍କୁ ବି ହତ୍ୟା କରାଯାଇଥିଲା। ଏହା ପରେ ବୃନ୍ଦୁ ପୁଲିସ ପାଇଁ କାମ କରିବା ଆରମ୍ଭ କରିଥିଲେ।
from Odisha Reporter https://ift.tt/2Qhujlc
No comments:
Post a Comment