ହିସାବ ଦେବ ଟିମ୍ ଇଣ୍ଡିଆ, ହୋଇପାରେ କାର୍ଯ୍ୟାନୁଷ୍ଠାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ହିସାବ ଦେବ ଟିମ୍ ଇଣ୍ଡିଆ, ହୋଇପାରେ କାର୍ଯ୍ୟାନୁଷ୍ଠାନ!

ravi

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଟିମ୍ ଏବେ ପଞ୍ଚମ ଟେଷ୍ଟ୍ ମ୍ୟାଚ୍ ଖେଳୁଛି। ଏହା ପରେ ଦଳର ଇଂଲଣ୍ଡ ଗସ୍ତ ଶେଷ ହେବ।

ଇଂଲଣ୍ଡ ଗସ୍ତରେ ଭାରତ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ୍ ଜିତିଛି। ତେବେ ଦିନିକିଆ ଓ ଟେଷ୍ଟ୍ ସିରିଜ୍ ହାରିଯାଇଛି। ଦିନିକିଆ ସିରିଜ୍‌ରେ ଟିମ୍ ୨-୧ରେ ହାରିଥିଲା। ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌କୁ ୩-୧ରେ ଦଳ ହାରି ସାରିଛି। ସମ୍ମାନ ରକ୍ଷା ପାଇଁ ଟିମ୍ ପଞ୍ଚମ ମ୍ୟାଚ୍‌କୁ ଜିତିବାକୁ ଚେଷ୍ଟା କରିବ।

ତେବେ ଇଂଲଣ୍ଡରେ ଏହି ଖରାପ ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆକୁ କଡ଼ା ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଇଂଲଣ୍ଡ ଗସ୍ତ ପରେ ବିସିସିଆଇ ଟିମ୍‌କୁ ହିସାବ ମାଗିପାରେ।

ଶୁଣିବାକୁ ମିଳୁଛି, ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ସମସ୍ୟାରେ ପଡ଼ିପାରନ୍ତି। ବିସିସିଆଇର ସିଓଏ ଅର୍ଥାତ୍ ପ୍ରଶାସନିକ ସମିତିର ଅଧ୍ୟକ୍ଷ ବିନୋଦ ରାୟଙ୍କ ସଦ୍ୟ ମନ୍ତବ୍ୟରୁ ଏମିତି ସଙ୍କେତ ମିଳିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ବିଷୟରେ ପଚରାଯିବାରୁ ବିନୋଦ ରାୟ କହିଥିଲେ ଯେ, ସିରିଜ୍ ପରେ ସମୀକ୍ଷା କରାଯିବ। ଟିମ୍ ମ୍ୟାନେଜରଙ୍କୁ ରିପୋର୍ଟ ମଗା ଯିବ। ଉକ୍ତ ରିପୋର୍ଟ ଉପରେ ବିଚାରବିମର୍ଶ କରାଯିବ।’

କାହା ଉପରେ ହେବ କାର୍ଯ୍ୟାନୁଷ୍ଠାନ?

ଟିମ୍ ଇଣ୍ଡିଆର ଏଭଳି ପ୍ରଦର୍ଶନକୁ ନେଇ ଖେଳାଳିମାନଙ୍କ ଅପେକ୍ଷା ଟିମ୍ ମ୍ୟାନେଜ୍‌ମେଣ୍ଟ ଅଧିକ ଟାର୍ଗେଟ୍‌ରେ ଅଛି। ସମସ୍ତେ କୋଚିଂ ଷ୍ଟାଫଙ୍କୁ ଦୋଷ ଦେଉଛନ୍ତି। ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ ଅଧିକ ଦାୟୀ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, କିଛି ଖେଳାଳି ମଧ୍ୟ ଡ୍ରେସିଂ ରୁମ୍‌ର ଖରାପ ବାତାବରଣକୁ ନେଇ ଚିନ୍ତିତ ଅଛନ୍ତି। ତେଣୁ ଏସବୁ ଖବର ପାଇବା ପରେ ହିଁ ବିନୋଦ ରାୟ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁଭାରତକୁ ନିରାଶ କଲେ ଏହି ସବୁ ଖେଳାଳି, ଏମିତି ଖେଳିବେ ବୋଲି ଆଶା ନଥିଲା



from Odisha Reporter https://ift.tt/2MaDLU1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages