‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହେଲା ଜିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହେଲା ଜିଓ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):  ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଯୋଡିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହୋଇଛି JIO। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଜିଓ କେନ୍ଦ୍ର କର୍ମଚାରୀମାନେ କେନ୍ଦ୍ର ନିକଟସ୍ଥ ଅଞ୍ଚଳ, ସ୍କୁଲ, ଅଙ୍ଗନବାଡି, ପାର୍କ ଆଦି ସର୍ବସାଧାରଣ ସ୍ଥାନରେ ସଫେଇ କାର୍ଯ୍ୟ କରିଛନ୍ତି।

ଏହି ସପ୍ତାହବ୍ୟାପି ସଫେଇ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗତ ସପ୍ତାହରେ ଆରମ୍ଭ ହୋଇଛି। ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ଅଭ୍ୟାସ ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଏହି କ୍ରମରେ ଚଳିତ ସପ୍ତାହରେ ଓଡ଼ିଶାର ସବୁ ଜିଲ୍ଲାରେ ରହିଥିବା ୩୧ଟି ଜିଓ କେନ୍ଦ୍ର ଏବଂ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ ନିଜ ନିଜ ଅଞ୍ଚଳରେ ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି। ଏଥିସହିତ ସମସ୍ତ କେନ୍ଦ୍ର ଏବଂ ଅଫିସରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଶୁକ୍ରବାର ଅପରାହ୍ନରେ କଟକ ଜିଓ କେନ୍ଦ୍ରର ଏକ ୩୦ ଜଣିଆ ଦଳ ଝାଡୁ, ଅଳିଆ ଉଠା ସରଞ୍ଜାମ, ଗ୍ଲୋବସ ଓ ମାସ୍କ ଭଳି ସୁରକ୍ଷା ଉପକରଣ ନେଇ ବିଡାନାସୀ ପ୍ରାଥମିକ ବିଦ୍ୟାଳୟ ହତା ଏବଂ ଚାରିପଟ ଅଞ୍ଚଳରେ ଝାଡୁ ଦ୍ୱାରା ସଫେଇ କରିଥିଲେ।

ସେହିଭଳି ଆଜି ଜିଓ ତାଳଚେର ରେଳଷ୍ଟେଶନ, ଭବାନୀପାଟଣା ବାହାଦୂରପଡା, ପୁରୀ ବେଳାଭୂମିରେ ଜିଓ କର୍ମଚାରୀମାନେ ସଫେଇ କରିଥିଲେ। ଢେଙ୍କାନାଳ, ବଲାଙ୍ଗୀର, ଝାରସୁଗୁଡା, ରାଉରକେଲା, ସମ୍ବଲପୁର, ବଡ଼ବିଲ, ଭଦ୍ରକ, ଭୁବନେଶ୍ୱର, ବାରିପଦା, ରାଜଗାଙ୍ଗପୁର, ସୁନ୍ଦରଗଡ, ସୁନାବେଡା, ଖୋର୍ଦ୍ଧା, ଜଟଣୀ, ଅନୁଗୁଳ, କେନ୍ଦୁଝର, କେନ୍ଦ୍ରାପଡା, ବ୍ରହ୍ମପୁର, ବ୍ରଜରାଜନଗର, ଯାଜପୁର ରୋଡ଼ ଆଦି ସ୍ଥାନରେ ମଧ୍ୟ ଜିଓ କର୍ମଚାରୀଙ୍କ ଦ୍ୱାରା ଏହିଭଳି ସଫେଇ କାର୍ଯ୍ୟ କରାଯାଇଛି।



from Odisha Reporter https://ift.tt/2y2EqBQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages