
ଭୁବନେଶ୍ୱର (ଓଡିଶା ରିପୋର୍ଟର): ଚାରା, ସମବାୟ, ଓମ୍ଫେଡ୍ ପରି ଅନେକ ଦୁର୍ନୀତି କଥା ଉଠାଇଥିଲେ ବିଜେଡିର ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଡାକ୍ତର ଦାମୋଦର ରାଉତ। ଏଥିରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ କରିବାରୁ ଦଳରୁ ତାଙ୍କୁ ବହିଷ୍କାର କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ।
ହେଲେ ଯେଉଁ ନେତା ଓ ପ୍ରଶାସକଙ୍କ ନାଁରେ ଅଭିଯୋଗ ଆସିଛି, ତାଙ୍କ କଥା ଉଠିବା ବେଳକୁ ମୁଖ୍ୟମନ୍ତ୍ରୀ ଅଜବ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏମିତିକି ବିଧାନସଭାରେ ଚାରା ଦୁର୍ନୀତି କଥାକୁ କୃଷି ମନ୍ତ୍ରୀ ସ୍ୱୀକାର କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି।
ଏସବୁ ଦୁର୍ନୀତିର ସିବିଆଇ ତଦନ୍ତ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ଓ ଆଇନ୍ ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି। ତା’ ଛଡ଼ା ୪୦୦ କୋଟିର ଗୋ’ ଖାଦ୍ୟ ଦୁର୍ନୀତି ଅଭିଯୋଗରେ ଲାଲୁ ମଧ୍ୟ ଜେଲ୍ରେ ଥିବା କଥା ମନେ ପକାଇଦେଇଛି ବିଜେପି।
କଂଗ୍ରେସ ମଧ୍ୟ ପଛରେ ନାହିଁ। ଦାମ ଉଠାଇଥିବା ଦୁର୍ନୀତି ପ୍ରସଙ୍ଗକୁ ଅସ୍ତ୍ରକରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
କିଏ କ’ଣ କହୁଛନ୍ତି
ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି-“ଯେଉଁମାନଙ୍କ ବିରୋଧରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ବରଂ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ହସୁଛନ୍ତି। ଯଦି ଏହି ଘୋଟାଲାର ତଦନ୍ତ ନବୀନବାବୁ ନିଜଆଡ଼ୁ ସିବିଆଇକୁ ନଦିଅନ୍ତି, ତାହାହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ଓ ଆଇନ୍ର ଆଶ୍ରୟ ନେବ।”
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ଚାରା ଘୋଟାଲା ଓ ସମବାୟ ଦୁର୍ନୀତି କଥା ଉଭୟ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କହିଲେ, ଅଭିଯୋଗ ହାସ୍ୟାସ୍ପଦ ଓ ଏଥିରେ କୌଣସି ସତ୍ୟତା ନାହିଁ। ତାହାହେଲେ ଏହା ଏ ରାଜ୍ୟର ଦୁର୍ଭାଗ୍ୟ।”
ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ଦୁର୍ନୀତି ନେଇ ବିଧାନସଭାରେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଶୁଣିଛନ୍ତି। ଓଡ଼ିଶାର ଲୋକ ମଧ୍ୟ ଶୁଣୁଛନ୍ତି। ଆଉ ତା’ ବିଷୟରେ ସବୁ ପଦକ୍ଷେପ ସରକାର ନେବେ।”
from Odisha Reporter https://ift.tt/2NCY69B
No comments:
Post a Comment