ମୁଖ୍ୟମନ୍ତ୍ରୀଙ୍କୁ ଜ୍ୱର, ୨ ଦିନ କାର୍ଯ୍ୟକ୍ରମ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ମୁଖ୍ୟମନ୍ତ୍ରୀଙ୍କୁ ଜ୍ୱର, ୨ ଦିନ କାର୍ଯ୍ୟକ୍ରମ ବାତିଲ

naveen

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଜ୍ୱର ଓ ଥଣ୍ଡାରେ ପୀଡ଼ିତ ଥିବାରୁ ଆସନ୍ତା ଦୁଇଦିନ ପାଇଁ ତାଙ୍କର ସମସ୍ତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତକାଲି ରାତିରେ ଚେନ୍ନାଇରୁ ଫେରିବା ପରେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ହୋଇଥିବା ଅନୁଭବ କରିଥିଲେ। ଆଜି ତାଙ୍କର ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା କରାଯାଇଛି। ଡାକ୍ତରମାନେ ତାଙ୍କୁ ଦୂର ସ୍ଥାନକୁ ଗସ୍ତ ନକରିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ସେ ସଚିବାଳୟସ୍ଥିତ ନିଜ ଅଫିସକୁ ନିୟମିତ ଆସିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଚେନ୍ନାଇ ଗସ୍ତରେ ଯାଇଥିଲେ। ବୁଧବାର ରାତିରେ ସେ ଭୁବନେଶ୍ୱର ଫେରିଛନ୍ତି। ଆସନ୍ତାକାଲି ସେ କଳାହାଣ୍ଡି ଗସ୍ତରେ ଯାଇ ‘କଳହାଣ୍ଡି କନକ୍ଲେଭ’କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା।



from Odisha Reporter https://ift.tt/2xU7BHt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages