ମହାରଥୀ ଓ ବଦ୍ରିଙ୍କୁ ନେଇ ଅଡୁଆରେ ନବୀନ, ଦଳ ଭିତରୁ ଉଠିଲା ବିରୋଧର ସ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ମହାରଥୀ ଓ ବଦ୍ରିଙ୍କୁ ନେଇ ଅଡୁଆରେ ନବୀନ, ଦଳ ଭିତରୁ ଉଠିଲା ବିରୋଧର ସ୍ୱର

bjd111

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ବଦ୍ରି ନାରାୟଣ ପାତ୍ରଙ୍କୁ ନେଇ ଦିନକୁ ଦିନ ନବୀନଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଉଭୟଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପାଇଁ ବିରୋଧୀ ଚାପ ପ୍ରୟୋଗ କରୁଥିବା ବେଳେ ଦଳ ଭିତରୁ ବି ଉଠିବାରେ ଲାଗିଲାଣି ବିରୋଧର ସ୍ୱର। ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବଦ୍ରିଙ୍କୁ ସିଧାସଳଖ ନିଶାନା କରି ଆତ୍ମସମୀକ୍ଷା ଓ ମୂଲ୍ୟବୋଧର ପାଠ ପଢ଼ାଇଛନ୍ତି।

ମହାରଥୀ ଓ ବଦ୍ରି ନବୀନ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି। ହେଲେ ସେମାନେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ମହାରଥୀଙ୍କ ମହିଳା ବିରୋଧୀ ମନ୍ତବ୍ୟକୁ ନେଇ ବିବାଦ ତେଜିବାରେ ଲାଗିଛି। ବିଜେପି ମହିଳା ମୋର୍ଚ୍ଚା ମହାରଥୀଙ୍କ ସରକାରୀ ବାସଭବନଠୁ ଆରମ୍ଭ କରି ରାଜରାସ୍ତାକୁ ଓହ୍ଲାଇଛି। ମହାରଥୀଙ୍କୁ ଆଳ କରି ବିଜେପି ସିଧା ନବୀନଙ୍କୁ ଟାର୍ଗେଟ କରୁଛି। ନବୀନ, ମହିଳା ବିରୋଧୀ ବୋଲି ବାର୍ତ୍ତା ଦେବାକୁ ଦଳ ଉଦ୍ୟମ କରୁଛି।

ସେପଟେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ପୁଲିସ ସହ ମାରପିଟ୍ ଓ ଗିରଫଦାରି ଘଟଣାକୁ ନେଇ ଉଠୁଛି ପଡୁଛି କେନ୍ଦୁଝର ରାଜନୀତି। ଏହା ଦଳର ଇମେଜ୍ ଖରାପ କରୁଥିବାରୁ ଉଭୟଙ୍କୁ ନବୀନ ମନ୍ତ୍ରିମଣ୍ଡଳରୁ ବିଦା କରାଯିବ ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ବର୍ଷାସୋନୀ ଯୌତୁକ ମାମଲାରେ ବିଜେଡିର ପାୱାରଫୁଲ୍ ନେତା ରଘୁନାଥ ମହାନ୍ତିଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଥିଲା। ସେହିପରି ବିବାଦୀୟ ଅଙ୍ଗନବାଡି ମନ୍ତବ୍ୟ ଓ ବ୍ରାହ୍ମଣଙ୍କୁ ଭିକାରୀ କହି ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ ଦାମୋଦର ରାଉତ। କିନ୍ତୁ ମହାରଥୀ ଓ ବଦ୍ରିଙ୍କ କ୍ଷେତ୍ରରେ ଏଯାଏ ସୁପ୍ରିମୋ ମୁହଁ ଖୋଲିନାହାନ୍ତି।

ବିଜେପି ଦୁଇମନ୍ତ୍ରୀଙ୍କୁ ବିଦା କରିବା ପାଇଁ ଦାବି କରିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବରିଷ୍ଠ ବିଧାୟକ ଦାମୋଦର ରାଉତ ବି ପ୍ରତିକ୍ରିୟା ରଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଶାସକ ଦଳର ପ୍ରଭାବଶାଳୀ ଲୋକମାନେ ଗୁଣ୍ଡାରାଜ କରୁଛନ୍ତି। ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଏହା ପ୍ରଜାତନ୍ତ୍ରରେ ଶୋଭନୀୟ ନୁହେଁ। ଯଦି ନୈତିକତା ଥାଏ ସେ ପ୍ରକାର ବ୍ୟକ୍ତିଙ୍କୁ ସରକାରରୁ ତୁରନ୍ତ ବହିଷ୍କାର କରନ୍ତୁ।”

ନିରଞ୍ଜନ କହିଛନ୍ତି, “ଅତୀତରେ ଯେଉଁ କାରଣରୁ ମନ୍ତ୍ରୀମାନେ ବିଦା ହୋଇଛନ୍ତି, ସେହି କାରଣ ଏମାନଙ୍କ ପାଇଁ ପ୍ରଯୁଜ୍ୟ କି ନୁହେଁ ଯିଏ ତାଙ୍କୁ ରଖିଛନ୍ତି ସେ ବିଚାର କରିବେ।”

ସେହିପରି ଏହି ଦୁଇ ନେତାଙ୍କୁ ନେଇ ପୁଣି ଥରେ ବିଜେଡିକୁ ବାଣ ମାରିଛନ୍ତି ଦାମ। ସେ କହିଛନ୍ତି, “ପ୍ରଦୀପ ମହାରଥୀ କ’ଣ କହିଲେ କି ବଦ୍ରିଙ୍କ ପୁଅ ଗିରଫ ହେଲା, ସେ ନେଇ ସେ (ନବୀନ ପଟ୍ଟନାୟକ) କ’ଣ କରିବେ କି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦେବା ପରି ସହାୟତା ଦେଇ ପାରନ୍ତି। କାରଣ ବଦ୍ରି ପାତ୍ରଙ୍କ ପୁଅ ଜେଲ୍‌କୁ ଯାଇଛି, ତାଙ୍କର (ବଦ୍ରି) କ୍ଷତି ହୋଇଛି, କ୍ଷତିପୂରଣ ଦେଇପାରନ୍ତି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କ’ଣ ନେବେ ତାହା ସେ ବୁଝିବେ।”

ତେବେ ଏ ନେଇ ଦୁଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସେପଟେ ବଦ୍ରିଙ୍କ ପୁଅଙ୍କ ଗିରଫଦାରୀ ନେଇ ତାଙ୍କ ବିରୋଧରେ ଦଳ ଭିତରୁ ଉଠିଛି ସ୍ୱର। ଆଜି ବଦ୍ରିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି “ଯେଊଁ ମନ୍ତ୍ରୀଙ୍କ ସମ୍ପର୍କୀୟମାନେ ଏଭଳି ଅପରାଧ କରିଛନ୍ତି ତାହା ନିନ୍ଦନୀୟ। ମନ୍ତ୍ରୀଙ୍କ ପୁଅକୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ କ’ଣ କରିବେ ନକରିବେ ମୁଁ ଜାଣିନାହିଁ। ମନ୍ତ୍ରୀ ସେ ନେଇ ଆତ୍ମସମୀକ୍ଷା କରିବା ଦରକାର।”

ଅନ୍ୟ ପକ୍ଷରେ ଏହି ଦୁଇ ନେତାଙ୍କ ସପକ୍ଷରେ ବାହାରିଛି ଦଳ। ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “ଦଳ ଦୃଷ୍ଟିରୁ ବିଚାର କରାଗଲେ, ବଦ୍ରି ପାତ୍ର ସେପରି କିଛି ଭୁଲ କରିନାହାନ୍ତି। ସେ ସେପରି କିଛି କାମ କରିନାହାନ୍ତି ଯେ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ। ପ୍ରଦୀପ ମହାରଥୀ ସେପରି କିଛି କହିନାହାନ୍ତି।”

ଏବେ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ନବୀନ ? ଉଭୟ ମନ୍ତ୍ରୀଙ୍କ ଉପରେ ଥାର୍ଡ ଫ୍ଲୋର୍‌ ଅଫିସରଙ୍କ ଆଶୀର୍ବାଦ ରହିଛି କି ? ଦାମଙ୍କୁ ବିଦା କରିବା ପରେ ନବୀନ ଯେମିତି ଶାଣିତ ଆକ୍ରମଣର ଶିକାର ହେଉଛନ୍ତି, ଦୁଇ ମନ୍ତ୍ରୀଙ୍କୁ କାଢ଼ିଲେ ସେଭଳି ସ୍ଥିତି ଉପୁଜିବା ଆଶଙ୍କାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି କି ?



from Odisha Reporter https://ift.tt/2DIWZS1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages