ସେନା ପୋଷାକରେ କଳଙ୍କ: ସହାୟିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ରହସ୍ୟ ଘେରରେ ସ୍ୱାମୀଙ୍କ ମୃତ୍ୟୁ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ସେନା ପୋଷାକରେ କଳଙ୍କ: ସହାୟିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ରହସ୍ୟ ଘେରରେ ସ୍ୱାମୀଙ୍କ ମୃତ୍ୟୁ 

ନୂଆଦିଲ୍ଲୀ: ସେନା ପୋଷାକରେ ଲାଗିଛି କଳଙ୍କ। ଦିଲ୍ଳୀରେ ଜଣେ ମେଜରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ତାଙ୍କ ଘରୋଇ ସହାୟିକା। ମିଳିଥିବା ସୂଚନା ଅନୁଯାୟୀ ଘରୋଇ ସହାୟିକା ଜଣକ କିଛି ମାସ ତଳେ ସମ୍ପୃକ୍ତ ମେଜରଙ୍କ ନାମରେ ଅଭିଯୋଗ ଆଣିଥିଲେ। ମେଜର୍ ଜଣକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ସ୍ୱାମୀ ନଥିଲା ବେଳେ ଗତ ଜୁଲାଇ ୧୨ ତାରିଖରେ ମେଜର ତାଙ୍କୁ ଦୁଷ୍କର୍ମ କରିଥିଲେ। ହେଲେ ଏହି ସମୟରେ ସ୍ୱାମୀ ଚାଲି ଆସିବାରୁ ଏ ଘଟଣା ତାଙ୍କ ନଜରରେ ପଡ଼ିଯାଇଥିଲା। ଏଥିରେ ସ୍ୱାମୀ ପ୍ରତିବାଦ କରିବାରୁ ମେଜର ତାଙ୍କୁ ମାଡ଼ ମାରିବା ସହ ଧମକ ମଧ୍ୟ ଦେଇଥିଲେ। ପରେ ଏମିତି ଅନେକ ସମୟରେ ମେଜର ତାଙ୍କ ସହ ଏମିତି ଜବରଦସ୍ତ ଶାରିରୀକ ସମ୍ପର୍କ ରଖିଆସିଥିଲେ। ଏଥିରେ ଅତିଷ୍ଠ ହୋଇ ସେ  ନିଜ ଶାଶୂଘରକୁ ପଳାଇ ଯାଇଥିଲେ। ପରେ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା କଥା ମେଜର ତାଙ୍କୁ ଫୋନ୍‌ କରି କହିଥିଲେ।

ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ପରେ ପୁଲିସ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମହିଳା ଜଣକ ଦିଲ୍ଲୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ତେବେ କୋର୍ଟଠାରୁ ନୋଟିସ୍‌ ପାଇ ପୁଲିସ ସମ୍ପୃକ୍ତ ମେଜରଙ୍କ ବିରୋଧରେ ଆଇପିସି ସେକ୍ସନ ୩୭୬(ବଳାତ୍କାର), ୩୫୪(ଅସଦାଚରଣ),୩୨୩( ଜଣକୁ ଆଘାତ ପହଞ୍ଚାଇବା),୫୦୬(ଧମକଚମକ ଦେବା) ଆଦି ଧାରାରେ ମାମଲା ରୁଜୁ କରାଯାଇଛି। ସ୍ୱାମୀଙ୍କ ମୃତ୍ୟୁ ପାଇଁ ପୀଡ଼ିତା ଜଣକ ମେଜରଙ୍କୁ ଦାୟୀ କରିଥିଲେ।



from Odisha Reporter https://ift.tt/2y138mg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages