
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଘର ଅବା ଦୋକାନ କି ଅଫିସ୍ର ପ୍ରମୁଖ ସ୍ଥାନରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅଧିକାଂଶ ଲୋକ ଏବେ ଫିଶ୍ ଆକ୍ୱାରିଅମ୍ ରଖୁଛନ୍ତି। ଆଜିକାଲି ଫିଶ୍ ଆକ୍ୱାରିଅମ୍ର ପ୍ରଚଳନ ମଧ୍ୟ ବେଶ୍ ବଢ଼ିଗଲାଣି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏହି ଫିଶ୍ ଆକ୍ୱାରିଅମ୍ ସଠିକ୍ ସ୍ଥାନରେ ରଖିଲେ, ଏହା ଶୁଭ ଫଳ ଦେଇଥାଏ।
କୁହାଯାଏ, ଘରେ ମାଛ ଆକ୍ୱାରିଅମ୍ ରଖିଲେ, ପରିବାରର ସଦସ୍ୟଙ୍କ ଉପରକୁ ଆସିବାକୁ ଥିବା ବିପଦ ଟଳିଯାଏ। କିନ୍ତୁ ଘର ହେଉ ଅବା ଦୋକାନ କି ଅଫିସ୍, ଏହି ଫିଶ୍ ଆକ୍ୱାରିଅମ୍ କେଉଁଠି ରଖିବେ, ତାହା ବାସ୍ତୁଶାସ୍ତ୍ରରେ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ ରହିଛି।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଫିଶ୍ ଆକ୍ୱାରିଅମ୍କୁ ଘର କିମ୍ବା ଦୋକାନର ପୂର୍ବ, ଉତ୍ତର ଓ ଉତ୍ତରପୂର୍ବ ଦିଗରେ ରଖିବା ଶୁଭଦାୟକ ହୋଇଥାଏ।
ଭୁଲ୍ରେ ବି କେବେ ଆକ୍ୱାରିଅମ୍କୁ ରୋଷେଇ ଘରର ଆଖପାଖରେ ରଖନ୍ତୁ ନାହିଁ। କାରଣ ଏହି ଜାଗାରେ ଆକ୍ୱାରିଅମ୍ ରଖିଲେ, ଘର ଉପରେ ନକାରାତ୍ମକ ଶକ୍ତିଙ୍କ ପ୍ରଭାବ ବଢ଼ିଥାଏ।
ଏହି ଆକ୍ୱାରିଅମ୍ ଦ୍ୱାରା ସକାରାତ୍ମକ ଶକ୍ତିର ପ୍ରଭାବ ବଢ଼ାଇବାକୁ ଚାହୁଁଥିଲେ, ସମୟ ସମୟରେ ଏହାର ପାଣିକୁ ବଦଳା’ନ୍ତୁ।
ମନେ ରଖନ୍ତୁ, ଆକ୍ୱାରିଅମ୍ରେ ମାଛର ସଂଖ୍ୟା ୯ ହେବା ଉଚିତ୍। ଏଥିମଧ୍ୟରୁ ୮ଟି ମାଛ ଲାଲ୍ ଓ ଗୋଟିଏ ମାଛ କଳା ରଙ୍ଗର ହେବା ଆବଶ୍ୟକ। ବାସ୍ତୁଶାସ୍ତ୍ର ଅନୁଯାୟୀ, କଳା ରଙ୍ଗର ମାଛ ରଖିବା ଦ୍ୱାରା ଘରର କୌଣସି ସଦସ୍ୟଙ୍କ ଉପରେ କାହାର ଖରାପ ନଜର ପଡ଼େନାହିଁ।
ପ୍ରାୟ ଅନେକ ସମୟରେ ଆକ୍ୱାରିଅମ୍ ଭିତରେ ମାଛ ମରିଯା’ନ୍ତି। ଆକ୍ୱାରିଅମ୍ରେ ମଲା ମାଛ ଉପରେ ନଜର ପଡ଼ିବା ମାତ୍ରେ, ତୁରନ୍ତ ଏହାକୁ ବାହାର କରି ପୋଖରୀ କିମ୍ବା ନଦୀରେ ଭସାଇ ଦିଅନ୍ତୁ। ନଚେତ୍ ଘରକୁ ଖରାପ ଶକ୍ତି ପ୍ରବେଶ କରିବାର ଆଶଙ୍କା ରହିଛି।
from Odisha Reporter https://ift.tt/2LNutx8
No comments:
Post a Comment