ଚୋରି ହୋଇଥିବା ୬ କିଲୋ ରୁପା ଜବତ, ୫ ଗିରଫ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ଚୋରି ହୋଇଥିବା ୬ କିଲୋ ରୁପା ଜବତ, ୫ ଗିରଫ  

ଆସିକା (ମନୋଜ ମୁନୀ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୁଲିସକୁ ଆଜି ମିଳିଛି ବଡ଼ ସଫଳତା। ଚୋରି ହୋଇଥିବା ରୁପା ଜବତ କରିଛି ପୁଲିସ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି।
ଗତ ମାସ ୧୬ ତାରିଖରେ ଇଲାକାର ପଥରା ଗାଁ ନିକଟରୁ ଜଣେ ରୁପା ବ୍ୟବସାୟୀଙ୍କଠାରୁ ବଡ଼ ଧରଣର ଲୁଟ୍‌ ହୋଇଥିଲା। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତାଙ୍କଠାରୁ ଟଙ୍କା, ଗାଡି ଓ ରୁପା ଲୁଟ୍‌ କରିନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ମାତ୍ର ଅଭିଯୁକ୍ତଙ୍କୁ ଧରିପାରି ନଥିଲା।
ଆଜି କବିସୂର୍ଯ୍ୟନଗର ଥାନା ପୁଲିସ ୫ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସ ସେମାନଙ୍କ ପାଖରୁ ୬ କିଲୋରୁ ଅଧିକ ରୁପା, ଗୋଟିଏ ମାଉଜର, ତିନି ରାଉଣ୍ଡ ଗୁଳି ଓ ଦୁଇଟି ମୋଟରସାଇକେଲ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ପୁରୁଷୋତ୍ତମପୁର ଏସଡିପିଓ ଅଶ୍ଵିନୀ ସାହୁ କହିଛନ୍ତି।


from Odisha Reporter https://ift.tt/2PYAkmP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages