
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ରାଜ୍ୟଗୁଡ଼ିକର ଭାଗିଦାରୀକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି।
ପୂର୍ବରୁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରର ଭାଗିଦାରୀ ୭୫% ରହୁଥିବାବେଳେ ୨୦୧୮ ଏପ୍ରିଲ ୧ରୁ ପିଛିଲା ଭାବେ ଏହାକୁ ୯୦%କୁ ବୃଦ୍ଧି କରାଯାଇଛି। ଫଳରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ରାଜ୍ୟର ଭାଗିଦାରୀ ଏଣକି ୨୫% ପରିବର୍ତ୍ତେ ମାତ୍ର ୧୦ ପ୍ରତିଶତ ରହିବ।
ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ପାଇଁ ଏହା ଅଧିକ ଆଶ୍ୱସ୍ତି ଆଣି ଦେଇଛି। ଓଡ଼ିଶା ସରକାର ମଧ୍ୟ ଦୀର୍ଘଦିନ ହେଲା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରୀୟ ଅଂଶଧନକୁ ୭୫ରୁ ୯୦ ପ୍ରତିଶତକୁ ବୃଦ୍ଧି କରାଯିବାକୁ ବାରମ୍ବାର ଦାବି କରି ଆସୁଥିଲେ।
from Odisha Reporter https://ift.tt/2DBCYww
No comments:
Post a Comment