ରୋଗୀଙ୍କୁ ମୃତ ଘୋଷଣା କରି ଛେଚା ଖାଇଲେ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ରୋଗୀଙ୍କୁ ମୃତ ଘୋଷଣା କରି ଛେଚା ଖାଇଲେ ଡାକ୍ତର

balugaon

ବାଲୁଗାଁ (ଶକ୍ତିକାନ୍ତ ମାହାପାତ୍ର): ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ହସ୍ପିଟାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତର ରୋଗୀକୁ ମୃତ ଘୋଷଣା କରିଥିବାବେଳେ ପରିବାର ଲୋକେ ରୋଗୀଙ୍କର ମୃତ୍ୟୁ ହୋଇନାହିଁ ଏବଂ ତାଙ୍କୁ  ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଯୁକ୍ତି କରିଥିଲେ। ତେବେ ରୋଗୀଙ୍କର ମୃତ୍ୟୁ ହୋଇ ସାରିଥିବାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ଜିଦ୍‌ ଧରିବାରୁ ସମ୍ପୃକ୍ତ ଡାକ୍ତରଙ୍କୁ ସମ୍ପର୍କୀୟମାନେ ମାଡ଼ ମାରିବା ସହ ଜୋରଜବରଦସ୍ତ ମୃତଦେହ ଡାକ୍ତରଖାନାରୁ ନେଇଯାଇଥିବା ବାଣପୁର ଥାନାରେ ଅଭିଯୋଗ ହୋଇଛି।

ମୃତକ ହେଉଛନ୍ତି ବାଣପୁର ଥାନା ଖୁଣ୍ଟପଲ୍ଲୀ ଗାଁର ସୁଶାନ୍ତ ସାହୁ।

ସୁଶାନ୍ତଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିବାରୁ ଚିକିତ୍ସା ପାଇଁ ତାଙ୍କୁ ବାଣପୁର ହସ୍ପିଟାଲ୍‌ ଅଣାଯାଇଥିଲା। ତେବେସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2xpwjyW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages