ଫୁଟବଲ୍‌ ଖେଳୁଥିବା ବେଳେ ଚଢ଼ିଗଲା କାର୍‌, ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଫୁଟବଲ୍‌ ଖେଳୁଥିବା ବେଳେ ଚଢ଼ିଗଲା କାର୍‌, ତା’ପରେ…

boy1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଥାରେ ଅଛି, ରଖେ ହରି ମାରେ କିଏ। ଏହି ଉକ୍ତିଟି ଏଠାରେ କହିବାର କାରଣ, ସୋଶାଲ୍‌ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯେଉଁଥିରେ ଏକ ୭ ବର୍ଷର ଛୁଆ ଉପରେ କାର୍‌ ଚଢ଼ି ଚାଲିଯିବା ପରେ ମଧ୍ୟ ସେ ଜୀବିତ ରହିଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓଟି ମୁମ୍ବାଇର ବୋଲି ଜଣାପଡ଼ିଛି। କିଛି ପିଲା ରାସ୍ତାରେ ଫୁଟ୍‌ବଲ୍‌ ଖେଳୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ଏବଂ କାର୍‌ ଚଢ଼ିଯିବା ସତ୍ୱେ ପିଲାଟି ସୌଭାଗ୍ୟକ୍ରମେ ଅଘଟଣରୁ ବର୍ତ୍ତି ଯାଇଛି।
boy2

ଭିଡିଓଟିକୁ ଭଲରେ ଲକ୍ଷ୍ୟ କରନ୍ତୁ। କିଛି ପିଲା ଏକାଠି ଫୁଟବଲ୍‌ ଖେଳୁଛନ୍ତି। ଏହି ସମୟରେ ଏହି ୭ ବର୍ଷର ପିଲାଟିର ଜୋତାର ଲେସ୍‌ ହଠାତ୍‌ ଖସିଯାଇଛି ଏବଂ ସେ ତଳେ ବସି ପଡ଼ି ଜୋତାର ଲେସ୍‌କୁ ବାନ୍ଧିବା ପାଇଁ ଚେଷ୍ଟା କରୁଛି। ଠିକ୍‌ ଏହି ସମୟରେ ଜଣେ ମହିଳା ପାଖରେ ଥିବା ନିଜର କାର୍‌ ଷ୍ଟାର୍ଟ କରୁଛନ୍ତି। କିନ୍ତୁ  ପିଲାଟି  ତାଙ୍କ କାର୍‌ର ଠିକ୍ ପାଖରେ ବସି ଲେସ୍‌ ବାନ୍ଧୁଛି ବୋଲି ସେ ଦେଖିପାରୁନାହାନ୍ତି।
ଏହାପରେ ଦେଖନ୍ତୁ, ମହିଳା ଜଣଙ୍କ ନିଜ କାର୍‌ ଚଳାଇ ପିଲାଟି ଉପରେ ଚଢ଼ାଇ ଦେଉଛନ୍ତି। କିନ୍ତୁ ସୌଭାଗ୍ୟବଶଃତ ପିଲାଟି କାର୍‌ର ମଝିରେ ରହିଯାଉଛି ଏବଂ ପରେ କାର୍‌ଟି ଗଲା ପରେ ସେ ଉଠି ପଡ଼ି ପୁଣି ବଲ୍‌ ଧରି ଦୌଡ଼ୁଛି। ତେବେ ପିଲାଟିର ଅନ୍ୟ କୌଣସି କ୍ଷତି ହୋଇଛି କି ନାହିଁ, ତାହା ସମ୍ପୂର୍ଣ୍ଣ ଜଣାପଡ଼ିନାହିଁ।  ଏହି ସମସ୍ତ  ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି।

 



from Odisha Reporter https://ift.tt/2DEM5g4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages