ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ବାଣୀବିହାରରେ ବିକ୍ଷୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ବାଣୀବିହାରରେ ବିକ୍ଷୋଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ।  ଗତକାଲି କୁଳପତିଙ୍କ ଅଫିସ୍ ଆଗରେ ବିକ୍ଷୋଭ କରିଥିବା ବେଳେ ଆଜି ମୁଖ୍ୟ ଫାଟକ ଆଗରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ସେପଟେ ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ କଲେଜ ଗୁଡିକରେ କ୍ୟାମ୍ପେନିଂ ଜୋରସୋରରେ ଚାଲିଛି  ।

ଅନ୍ୟପଟେ ସୋମବାର ବାଣୀବିହାର ଅଧିକ ଅଶାନ୍ତ ହୋଇପାରେ ବୋଲି ଆଭାସ ମିଳିଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ପିଜି କାଉନ୍ସିଲ ବୈଠକରେ ନିଷ୍ପତ୍ତି ପରେ ଛାତ୍ରମାନେ ନିର୍ବାଚନ କରିବା ଦାବିରେ ଏପରି ଧାରଣା ଦେଇଛନ୍ତି।

ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ପାଇଁ  ବିଗୁଲ୍ ବାଜିବା ପରେ ରାଜଧାନୀର ଅନ୍ୟ କଲେଜ ଓ ବିଶ୍ୱବିଦ୍ୟାଳୟରେ ଜୋର୍ ଧରିଲାଣି ପ୍ରଚାର।

ନିଜ ନିଜ ସମର୍ଥକମାନଙ୍କୁ ଏକଜୁଟ୍ କରିବାରେ  ଲାଗି ପଡିଛନ୍ତି ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସହଯୋଗୀ  ନିର୍ବାଚନକୁ ଆଉ ମାତ୍ର ୧୦ ଦିନ ଥିବାରୁ ହାତରେ ଗିଫ୍ଟ ଓ ଚକ୍ଲେଟ୍ ଧରି ହୋମ୍ କ୍ୟାମ୍ପେନିଂ କରିବାରେ  ବ୍ୟସ୍ତ  ସମସ୍ତେ।  ତେବେ ଫୋକସ୍‌ରେ ରହିଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ । ଏଥର ଏଠାରେ  ତ୍ରିମୁଖୀ ଲଢ଼େଇ ହେବ। ବିଶ୍ୱ ବିଦ୍ୟାଳୟର ପ୍ରମୁଖ ସମସ୍ୟା ସାଙ୍ଗକୁ ଦ୍ୱିତୀୟ କ୍ୟାମ୍ପସ ପ୍ରସଙ୍ଗକୁ  ଆଶାୟୀ ପ୍ରାର୍ଥୀମାନେ ମୁଖ୍ୟ ମୁଦ୍ଦା କରି  ସମର୍ଥକ ଗୋଟାଇବାରେ ଲାଗିଛନ୍ତି ।

 



from Odisha Reporter https://ift.tt/2Nc1WCe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages