
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସ୍ମାର୍ଟ ଫୋନ୍ ନିର୍ମାତା ସାମସଙ୍ଗ୍ ଚଳିତ ବର୍ଷ foldable ଡିସ୍ପ୍ଲେ ମଡେଲର ଏକ ସ୍ମାର୍ଟ ଫୋନ୍ ଲଞ୍ଚ କରିବାକୁ ଯାଉଛି। ଗତ ବର୍ଷେ ଧରି ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଫୋଲ୍ଡେବଲ ଡିସ୍ପ୍ଲେ ମଡେଲକୁ ନେଇ ସାମ୍ସଙ୍ଗ ଜୋରସୋରେ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଥିଲା।
ଆସନ୍ତା ନଭେମ୍ବରରେ ଏହି ସେଟ୍ ବଜାରକୁ ଆସିପାରେ। ତେବେ ଏହି ଫୋନ୍ର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ଡ୍ୟୁଆଲ ଡିସ୍ପ୍ଲେ ରହିବ। ଏନେଇ ୨୦୧୪ରେ ଏକ ବିଜ୍ଞାପନ ପ୍ରକାଶ କରିଥିଲା ସାମ୍ସଙ୍ଗ୍।
ବିଜ୍ଞାପନରେ ଦର୍ଶାଯାଇଥିଲା ଯେ, କମ୍ପାନୀ ଏମିତି ଏକ ଫୋନ୍ ଆଣିବାକୁ ଯାଉଛି ଯେଉଁଥିର ଡବଲ ଡିସ୍ପ୍ଲେ ସିଷ୍ଟମ ରହିବ। କିନ୍ତୁ ସାଇଜ୍ ଛୋଟ ଆସିବ। ତେବେ ଫୋନ୍ର ଆଉ କେଉଁ ସବୁ ଫିଚର ରହିବ ସେ ସମ୍ପର୍କରେ ଖୁଲାସା ହୋଇ ନାହିଁ। ଏହି ସ୍ମାର୍ଟଫୋନ୍କୁ ନେଇ ଏବେ ଗ୍ରାହକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖାଦେଇଛି।
from Odisha Reporter https://ift.tt/2PCY1zO
No comments:
Post a Comment