
କଟକ (ଓଡ଼ିଶା ରିପୋର୍ଟର): ପ୍ରାଣଘାତୀ ଅନ୍ଲାଇନ୍ ଗେମ୍ ‘ମୋମୋ’ ପଞ୍ଝାରେ ପଡ଼ି ଯାଇଛି ଆଉ ଜଣେ ଓଡ଼ିଆ ଯୁବକଙ୍କ ଜୀବନ।
‘ମୋମୋ’ ଗେମ୍ ଖେଳି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି। ମୃତ ଯୁବକଙ୍କ ନାଁ ହେଉଛି ଉମାକାନ୍ତ ବେହେରା।
ସେ ଗତ ୨ ମାସକ ତଳେ ଚେନ୍ନାଇରୁ ଘରକୁ ଫେରିଥିଲେ। ତେବେ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉମର ଗାଁର ଏକ ନିର୍ମାଣାଧୀନ କ୍ଲବ ଘରୁ ମିଳିଥିଲା। ତାଙ୍କ ମୋବାଇଲରେ ‘ମୋମୋ’ ଗେମ୍ ଡାଉନ୍ଲୋଡ୍ ହୋଇଥିବାରୁ ସେ ଏହି ପ୍ରାଣଘାତୀ ଗେମ୍ ଖେଳି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଆଶଙ୍କା କରୁଛନ୍ତି ପରିବାର ଲୋକ।
ଏନେଇ ମାହାଙ୍ଗା ଥାନାରେ ଏକ ଲିଖିତ ଏତଲା ଦାୟର ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
from Odisha Reporter https://ift.tt/2oISnkt
No comments:
Post a Comment