ସାମାଜିକ କର୍ମୀଙ୍କ ଗିରଫଦାରୀ ବିଷୟରେ ଏମିତି କଥା କହିଲେ ସ୍ୱରା ଭାସ୍କର  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ସାମାଜିକ କର୍ମୀଙ୍କ ଗିରଫଦାରୀ ବିଷୟରେ ଏମିତି କଥା କହିଲେ ସ୍ୱରା ଭାସ୍କର 

swara

ମୁମ୍ବାଇ: ଦେଶର ବିଭିନ୍ନ ସ୍ଥାନରୁ ଅନେକ ବାମପନ୍ଥୀ ନେତାଙ୍କୁ ଗିରଫ କରାଯିବା ଘଟଣାରେ  ଅନ୍ୟମାନଙ୍କ ପରି ବଲିଉଡ୍‌ର କଳାକାରମାନେ ବି ନିଜର ମତାମତ ଦେଇଛନ୍ତି। ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ବି ଏ ନେଇ ନିଜ ମତ ରଖିଛନ୍ତି।

ସେ କହିଛନ୍ତି,“ଯେତେବେଳେ ଖାଲିସ୍ତାନ ପ୍ରସଙ୍ଗ ଚାଲିଥିଲା ସେତେବେଳେ ଏମିତି ବହୁତ ଲୋକ ଥିଲେ ଯେଉଁମାନେ ଭିଣ୍ଡାରୱାଲେ (ଜରନୈଲ ସିଂହ ଭିଣ୍ଡାରୱାଲେ)ଙ୍କୁ ସନ୍ଥ ବୋଲି କହୁଥିଲେ। ତା’ହେଲେ ଆପଣ କ’ଣ ସେମାନଙ୍କୁ ଗିରଫ କରି ଜେଲ୍‌ରେ ବନ୍ଦ କରି ଦେବେ? ଏ ଦେଶରେ ମହାତ୍ମା ଗାନ୍ଧିଙ୍କ ଭଳି ମହାନ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା।”

“ସେତେବେଳେ ବି ଏମିତି ଅନେକ ଲୋକ ଥିଲେ ଯେଉଁମାନେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକୁ ନେଇ ଖୁସି ହୋଇଥିଲେ ଓ ସେଲିବ୍ରେସନ୍‌ କରିଥିଲେ। ଆଜି ସେମାନେ ଶାସନ ଗାଦିରେ ବସିଛନ୍ତି। ସେମାନଙ୍କୁ ବି ଜେଲ୍‌ରେ ଭର୍ତ୍ତି କରି ଦିଆଯିବା ଦରକାର? ଏ ପ୍ରଶ୍ନ ପଚାରିଲେ ଜଣେ ନିଶ୍ଚିତ କହିବେ ନା। ତେଣୁ ଆମକୁ ସତର୍କ ହେବାକୁ ପଡ଼ିବ ଯେ ‘ଏହା ଅପରାଧ’ ଓ ‘ଜେଲ୍‌ରେ ଭର୍ତ୍ତି କରି ଦିଅ’ ଭଳି ଯେଉଁ ପ୍ରବୃତ୍ତି ସମାଜରେ ଦେଖିବାକୁ ମିଳୁଛି, ତାହା ଭଲ ନୁହେଁ”, ବୋଲି ସ୍ଵରା କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଭୀମା କୋରେଗାଁଓ ହିଂସା ସହ ଜଡ଼ିତ ଘଟଣାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ୍ ବାମପନ୍ଥୀ ବିଚାରଧାରାକୁ ସମର୍ଥନ କରୁଥିବା ଅନେକ ବ୍ୟକ୍ତିଙ୍କୁ ଗିରଫ କରିଛି।

ପୁଲିସ୍ ୫ ଜଣ ସାମାଜିକ କର୍ମୀ- ଗୌତମ ନଭଲଖା, ଭରଭରା ରାଓ, ସୁଧା ଭରଦ୍ୱାଜ, ଅରୁଣ ପେରିୟାର ଓ ଭେନନ୍ ଗନ୍‌ସାଲ୍‌ଭେଜଙ୍କୁ ଗିରଫ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ନକ୍ସଲମାନେ କରିଥିବା ‘ଷଡ଼ଯନ୍ତ୍ର’ ମାମଲାର ତଦନ୍ତ କରୁଥିବା ପୁଣେ ପୁଲିସ୍‌ ନକ୍ସଲ ସଂଗଠନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଏହି ୫ ଜଣ ସାମାଜିକ କର୍ମୀଙ୍କୁ ଗିରଫ କରିଛି।

ମୋଦିଙ୍କୁ ହତ୍ୟା କରିବାକୁ ଯେଉଁ ଚିଠି ଲେଖାଯାଇଥିଲା, ତା ପଛରେ ଭରଭରା ରାଓଙ୍କ ହାତ ରହିଛି ବୋଲି ପୁଲିସ୍‌ କହିଛି।

ଜୁନ୍‌ ମାସରେ ଭୀମା କୋରେଗାଓଁ ହିଂସା ଘଟଣାରେ ପୁଲିସ୍‌ ଗିରଫ କରିଥିବା ୫ ଜଣ ଅଭିଯୁକ୍ତଙ୍କ ଘରେ ପୁଣେ ପୁଲିସ୍‌ ଚଢ଼ଉ କରିଥିଲା। ଏହି ସମୟରେ ଜଣେ ଅଭିଯୁକ୍ତଙ୍କ ଘରୁ ପୁଲିସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନକ୍ସଲମାନେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିବାକୁ ଚାହୁଁଥିବା ଉଲ୍ଲେଖ ଥାଇ ଏକ ଚିଠି ଜବତ କରିଥିଲା। ଏହି ଚିଠିଟିକୁ ‘ଆର୍‌’ ନାମକ ଜଣେ ବ୍ୟକ୍ତି ଲେଖିଥିବା ଜଣାପଡ଼ିଥିଲା।

 



from Odisha Reporter https://ift.tt/2N6Opjg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages