ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

 ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଏରସମା ମାଟିରେ ଏରସମା ପୁଅକୁ ବିରୋଧ କ’ଣ ପାଇଁ? ବାଲିକୁଦିଆ ରାଜନୀତି ତୁମର ଆଉ ଚଳିବ ନାହିଁ। ଯଦି ଚଳିବ, ଗଳି ଗଳିରେ ନିଆଁ ଜଳିବ। ପ୍ରଶାନ୍ତ ମୁଦୁଲି ହାଏ ହାଏ। ପ୍ରଶାନ୍ତ ମୁଦୁଲି ଗୋ ବ୍ୟାକ୍‌ ଗୋ ବ୍ୟାକ୍‌…।” ଆଜି ଏପରି ନାରାବାଜି ଜଗତସିଂହପୁର ଜିଲ୍ଲା ଏରସମା ବଜାରରେ ଶୁଣିବାକୁ ମିଳିଛି।
 
ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ସମର୍ଥକ ଏମିତି ନାରା ଦେଇ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
 
ଗତ କିଛି ଦିନ ହେଲା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଗୋଟିଏ ପରେ ଗୋଟିଏ ବାଣ ମାରି ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛନ୍ତି। ତେଣୁ ତାଙ୍କ ମୁହଁରେ ଲଗାମ ଲଗାଇବା ପାଇଁ ଗତକାଲି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହୋଇ ଲିଖିତ ଅଭିଯୋଗ କରିଥିଲେ।
 
ଏରସମାରେ ଏକ ସଭାରେ କଂଗ୍ରେସ ଓ ବିଜେପି ନେତାଙ୍କ ସହ ମିଶି ଦାମ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ସେମାନେ ଆଣିଥିଲେ। ତେଣୁ ଦାମଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ବିଷ୍ଣୁ ଓ ପ୍ରଶାନ୍ତ ଦାବି କରିଥିଲେ।


from Odisha Reporter https://ift.tt/2oZxhOU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages