୧୮୦ ଡିଗ୍ରୀ ବୁଲିପଡୁଛି ଏହି ପିଲାର ମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

୧୮୦ ଡିଗ୍ରୀ ବୁଲିପଡୁଛି ଏହି ପିଲାର ମୁଣ୍ଡ

କରାଚି: ଜଣେ ସାଧାରଣ ମଣିଷ ନିଜର ମୁଣ୍ଡକୁ ବାମପଟ କିମ୍ୱା ଡାହାଣପଟକୁ ବୁଲାଇପାରେ। ଏହାଠାରୁ ଅଧିକ ବୁଲାଇବା ଆମ ଶରୀର ପାଇଁ ବିପଦପୂର୍ଣ୍ଣ। କିନ୍ତୁ ଆମ ପଡୋଶୀ ପାକିସ୍ତାନରେ ଏମିତି ଜଣେ ବାଳକ ଅଛନ୍ତି ଯେ, ଅନାୟାସରେ ଏମିତି କରିପାରନ୍ତି।

ଆପଣ କେବେ କୌଣସି ବ୍ୟକ୍ତିଙ୍କୁ ଦେଖିଛନ୍ତି କି, ଯିଏ ନିଜର ମୁଣ୍ଡକୁ ବୁଲାଇ ପିଠିପଟେ ରଖିପାରିବେ। ହୁଏତ ଆପଣ ଆଶ୍ଚର୍ଯ୍ୟ ହେବେ ଆଉ ମନା କରିବେ।  କିନ୍ତୁ ପାକିସ୍ତାନର ଯେଉଁ କଥାଟି ଆମେ କହୁଛି ତାହା ବିଲକୁଲ୍ ସତ। ଆଜ୍ଞା ହଁ, ଏହି ୧୪ ବର୍ଷର ବାଳକ ନିଜର ମୁଣ୍ଡକୁ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲାଇବାର  କ୍ଷମତା ରଖିଛନ୍ତି।

ତାଙ୍କର ଏହି ଗୁଣ ପାଇଁ ସେଠାକାର ଲୋକେ ତାଙ୍କୁ ‘ମଣିଷ ପେଚା’ ବୋଲି କହୁଛନ୍ତି।

ପାକିସ୍ତାନର କରାଚିରେ ରହୁଥିବା ବାଳକ ମହମ୍ମଦ ସମୀର ନିଜ ହାତରେ ମୁଣ୍ଡକୁ ପିଠିପଟକୁ ବୁଲାଇ ପାରୁଛନ୍ତି। ଡେଲି ମେଲ୍‌ର ତଥ୍ୟ ଅନୁସାରେ, ତାଙ୍କର ଏପରି ଅବିଶ୍ୱସନୀୟ କଳା ପାଇଁ ବହୁତ ଶୀଘ୍ର ତାଙ୍କୁ ହଲିଉଡ୍‌ ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିବ ବୋଲି ଜଣାପଡିଛି।

ସମୀରଙ୍କର କହିବା ଅନୁସାରେ, “ଯେବେ ମୁଁ ହଲିଉଡ୍‌ର ହରର୍‌ ଫିଲ୍ମରେ ଜଣେ ଅଭିନେତାଙ୍କୁ ମୁଣ୍ଡ ପଛପଟକୁ ବୁଲାଇବା ଦେଖିଥିଲି, ସେବେଠାରୁ ଏହି ଆଇଡିଆ ମୋ ମୁଣ୍ଡକୁ ଜୁଟିଥିଲା। ଏହାପରେ ମୁଁ ଅଭ୍ୟାସ କରିବା ଆରମ୍ଭ କଲି ଏବଂ କିଛି ମାସ ମଧ୍ୟରେ ଏପରି କରିବାରେ ସଫଳ ହୋଇଥିଲି।

ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କର ମା’ ପ୍ରଥମରୁ ତାଙ୍କୁ ଏପରି କରିବା ପାଇଁ ବାରଣ କରୁଥିଲେ। କିନ୍ତୁ ତାଙ୍କର ସ୍ୱପ୍ନ ଯେ, ସେ ହଲିଉଡ୍‌ର ହରର୍‌ ଫିଲ୍ମରେ କାମ କରିବେ। ଏହି କଳାକୁ ଆଧାର କରି ସେ ବିଦେଶରେ ଅଭିନେତା ହେବାକୁ ଚାହାନ୍ତି ବୋଲି କହିଛନ୍ତି।

ଏ ନେଇ ସମୀରଙ୍କ ମା’ କୁହନ୍ତି, “ସେ ଚାହୁଁଥିଲେ, ତାଙ୍କ ପୁଅ ପାଠ ପଢ଼ି ନିଜର ନାଁ କରୁ। କିନ୍ତୁ ତାଙ୍କ ପୁଅର ଭାଗ୍ୟରେ ଅନ୍ୟ କିଛି ଲେଖା ଅଛି।”

ସମୀର  ନାଚ, ବ୍ୟାୟାମ ଏବଂ ଷ୍ଟଣ୍ଟ୍‌ ମଧ୍ୟ କରିପାରନ୍ତି। ଭବିଷ୍ୟତରେ ତାଙ୍କୁ ସୁଯୋଗ ମିଳିଲେ, ସେ ବଡ଼ ପରଦାରେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିବେ ବୋଲି କୁହନ୍ତି। ସମୀରଙ୍କର ଏହି ଅଦ୍ଭୁତ କୌଶଳକୁ ନିଜ ଆଖିରେ ନ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଭିଡିଓରେ ଦେଖନ୍ତୁ ଆଉ ଜାଣନ୍ତୁ ସମୀର କିଭଳି  ନିଜ ମୁଣ୍ଡକୁ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲାଇ ପାରୁଛନ୍ତି।

 



from Odisha Reporter https://ift.tt/2MiRuZh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages