
ନୂଆଦିଲ୍ଲୀ: ଦେଶରେ ଗୁଜବକୁ ନେଇ ବଢ଼ି ଚାଲିଥିବା ପିଟିପିଟି ହତ୍ୟା ବା ମବ୍ ଲିନ୍ଚିଂକୁ ରୋକିବା ପାଇଁ ଏବଂ ଦୋଷୀଙ୍କୁ ଦଣ୍ଡଦେବା ପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରମାନଙ୍କୁ ଗୋଟିଏ ସପ୍ତାହର ମହଲତ ଦେଇଛନ୍ତି। ପୂର୍ବରୁ ମବ୍ ଲିନ୍ଚିଂ ରୋକିବାକୁ ସର୍ବୋଚ୍ଚ ଅଦଲାତ ଜାରି କରିଥିବା ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ସୁପ୍ରିମକୋର୍ଟ ରୁଲିଂ ଦେଇଛନ୍ତି।
ଜୁଲାଇ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଏଏମ୍ ଖାନ୍ୱିଲକର୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ମବ୍ ଲିନ୍ଚିଂକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଭବିଷ୍ୟତରେ ଯେମିତି ମବ୍ ଲିନଚିଂ ଘଟଣା ନ ଘଟିବ, ସେଥିପାଇଁ ରାଜ୍ୟ ସରକାରମାନେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ରୁଲିଂ ଦେଇଥିଲେ। ଏଥିସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତ୍ୟପାଠ ଜରିଆରେ ମବ୍ ଲିନ୍ଚିଂକୁ ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି, ସେକଥା କୋର୍ଟକୁ ଜଣାଇବା ଦରକାର ବୋଲି ସିଜେଆଇ ଜଷ୍ଟିସ୍ ମିଶ୍ର କହିଥିଲେ।
ଏବେ ସେସବୁ ନିର୍ଦ୍ଦେଶ ପାଳନ ହୋଇଛି କି ନାହିଁ ଏବଂ ଯଦି ନ ହୋଇଛି, ତା’ହେଲେ ଗୋଟିଏ ସପ୍ତାହ ମଧ୍ୟରେ ଏଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ଦରକାର ବୋଲି ସୁପ୍ରିମକୋର୍ଟ ରୁଲିଂ ଦେଇଛନ୍ତି।
from Odisha Reporter https://ift.tt/2M8Q8jo
No comments:
Post a Comment