ଚା’ପାନ ବିରତି ପରେ କମ୍‌ବ୍ୟାକ୍‌ କଲା ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ଚା’ପାନ ବିରତି ପରେ କମ୍‌ବ୍ୟାକ୍‌ କଲା ଟିମ୍‌ ଇଣ୍ଡିଆ

ଓଭାଲ୍‌: ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ଇଂଲଣ୍ଡ ବିପକ୍ଷ ୫ମ ତଥା ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ଓଭାଲ୍‌ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ  ଜବରଦସ୍ତ କମ୍‌-ବ୍ୟାକ୍‌ କରିଛି। ପ୍ରଥମ ଦିନର ଲଞ୍ଚ୍‌ ଓ ଚା’ପାନ ବିରତି ସୁଦ୍ଧା ମାତ୍ର ଗୋଟିଏ ୱିକେଟ୍‌ ପାଇଥିବା ଟିମ୍‌ ଇଣ୍ଡିଆ ଶେଷ ସେସନରେ ଚମତ୍କାର ପ୍ରଦର୍ଶନ କରିଛି।

୪ ଓଭର ମଧ୍ୟରେ ଟିମ୍‌ ଇଣ୍ଡିଆର ଦୁଇ ସ୍ପିଡ୍‌ଷ୍ଟର ଯଶପ୍ରୀତ୍‌ ବୁମ୍‌ରା ଓ ଇଶାନ୍ତ ଶର୍ମା ଭାରତ ହାତକୁ ମ୍ୟାଚ୍‌ ଫେରାଇ ଆଣିଛନ୍ତି। ବୁମ୍‌ରା ଆଲିଷ୍ଟର୍‌ କୁକ୍‌ ଓ ଜୋ ରୁଟ୍‌ଙ୍କୁ ଆଉଟ୍‌ କରିଥିବା ବେଳେ ଇଶାନ୍ତ ଶର୍ମା ଜନ୍ନି ବେୟାରଷ୍ଟୋଙ୍କୁ ୱିକେଟ୍‌ କିପର୍‌ ଋଷିଭ ପନ୍ତଙ୍କ ହାତରେ କ୍ୟାଚ୍‌ କରାଇ ପ୍ୟାଭିଲିୟନ୍‌ ପଠାଇଛନ୍ତି।

୫ମ ଟେଷ୍ଟ୍‌ର ପ୍ରଥମ ଦିନରେ ଶେଷ ଖବର ସୁଦ୍ଧା ଟିମ୍‌ ଇଂଲଣ୍ଡ ମାତ୍ର ୪ଟି ୱକେଟ୍‌ ହରାଇ ୧୫୯ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ ହାତରେ ଆହୁରି ୬ ୱିକେଟ୍‌ ରହିଥିବା ବେଳେ ଦଳ ପ୍ରଥମ ଇନିଂସରେ ବଡ଼ ସ୍କୋର କରିବ ବୋଲି ଆଶା କରାଯାଉଛି। ମୋଇନ୍‌ ଅପରାଜିତ ୩୯ ରନ୍‌ କରିଥିବା ବେଳେ ବେନ୍‌ ଷ୍ଟୋକ୍ସ ୭ରନ୍‌ କରି ଅପରାଜିତ ଅଛନ୍ତି।

ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଇଂଲିଶ ଟିମ୍‌ର ଦୁଇ ଅଲରାଉଣ୍ଡର କୁକ୍‌ ଓ କେ ଜେନିଙ୍ଗସ୍‌ ବେଶ ସତର୍କତାର ଭାରତୀୟ ବୋଲରଙ୍କୁ ମୁକାବିଲା ପାଇଁ ପ୍ରଥମ ୱିକେଟ୍‌ରେ ୬୦ ରନ୍‌ ଯୋଡ଼ିଥିଲେ।

ସିରିଜ୍‌ରେ ପ୍ରଥମଥର ପାଇଁ ଇଂଲଣ୍ଡ ଓପନରଙ୍କ ମଧ୍ୟ ଅର୍ଦ୍ଧଶତକ ଭାଗିଦାରୀ ଦେଖିବାକୁ ମିଳିଥିବା। ତେବେ ଲଞ୍ଚ୍‌ର ଠିକ୍‌ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଟିମ୍‌ରେ ସୁଯୋଗ ପାଇଥିବା ରବୀନ୍ଦ୍ର ଜାଡେଜା ଜେନିଙ୍ଗସ୍‌ଙ୍କୁ ସ୍ଲିପ୍‌ରେ ଆଉଟ୍‌ କରାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଏହାପରେ ଇଂଲଣ୍ଡ ବ୍ୟାଟସ୍‌ମ୍ୟାନ୍‌ମାନେ ଭାରତକୁ ଆଉଟ୍‌ କରିବାକୁ ଏକାଧିକ ସୁଯୋଗ ଦେଇଥିଲେ ମଧ୍ୟ ଏହାକୁ ଫିଡ୍‌ଲରମାନେ ଠିକ୍‌ ଭାବେ କାମରେ ଲଗାଇ ପାରି ନଥିଲେ।

ଇଂଲଣ୍ଡ ସ୍କୋର ୬୮ ଥିବା ବେଳେ ଅଧିନାୟକ ବିରାଟ୍‌ କୋହଲି ଓ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ଅତି ସହଜ କ୍ୟାଚ୍‌କୁ  ହାତଛଡ଼ା କରିଥିଲେ।

ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଇଂଲିଶ ଓପନର୍‌ ଆଲିଷ୍ଟର କୁକ୍‌ଙ୍କ କ୍ୟାଚ୍‌କୁ ଅଜିଙ୍କ୍ୟ ରାହଣେ ଗଲି ଅଞ୍ଚଳରେ ହାତଛଡ଼ା କରିଥିବା ବେଳେ ବିରାଟ୍‌ ସ୍ଲିପ୍‌ରେ ମୋଇନ୍‌ ଅଲ୍ଲୀଙ୍କ କ୍ୟାଚ୍‌ ଛାଡ଼ି ଦେଇଥିଲେ। କ୍ୟାଚ୍‌ ହାତଛଡ଼ା ହେବା ସମୟରେ କୁକ୍‌ ମାତ୍ର ୩୭ ରନ୍‌ କରିଥିଲେ ଓ ମୋଇନ୍‌ ୨ ରନ୍‌ କରି ଭାରତୀୟ ବୋଲରଙ୍କୁ ମୁକାବିଲା କରିବା ପାଇଁ  ଯଥେଷ୍ଟ ସଂଘର୍ଷ କରୁଥିଲେ।

ଉଭୟ ଦ୍ୱିତୀୟ ୱକେଟ୍‌ ପାଇଁ ୭୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ପରବର୍ତ୍ତୀ ଅବସ୍ଥାରେ କୁକ୍‌ ତାଙ୍କ ଟେଷ୍ଟ୍‌ କ୍ୟାରିୟରର ୫୭ ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଚା’ପାନ ବିରତି ପର୍ଯ୍ୟନ୍ତ ଉଭୟ ବ୍ୟାଟସ୍‌ମ୍ୟାନ୍‌ ଭାରତକୁ ଆଉ କୌଣସି ସୁଯୋଗ ଦେଇ ନଥିଲେ।

ତେବେ ଚା’ପାନ ବିରିତି ପରେ ଭାରତୀୟ ବୋଲର୍‌ଙ୍କ କମ୍‌ବ୍ୟାକ୍‌ ଦେଖିବାକୁ ମିଳିଥିଲା। ବୁମ୍‌ରାଙ୍କ ଏକ ଇନ୍‌ସୁଇଂକୁ ବୁଝି ନପାରି କୁକ୍‌ (୭୧) କ୍ଲିନ୍‌ବୋଲ୍ଡ ହୋଇଯାଇଥିଲେ। ବୁମରା ପୁଣି ଏହାର ପରବର୍ତ୍ତୀ ଓଭରରେ ରୁଟ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ଏଲବିଡବ୍ଲ୍ୟୁ କରି ଭାରତ ପାଇଁ ଲଗାତାର ସଫଳତା ହାସଲ କରିଥିଲା। ଏହାପରେ ଇଶାନ୍ତ ଶର୍ମା ବେୟାରଷ୍ଟୋଙ୍କୁ ଆଉଟ୍‌ କରି କମ୍‌ବ୍ୟାକ୍‌ର ଆଶା ଦେଇଥିଲେ।

ଭାରତ ପକ୍ଷରୁ ଟିମ୍‌କୁ ଫେରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍‌ ହାସଲ କରିଥିବା ବେଳେ ଯଶପ୍ରୀତ୍‌ ବୁମରା ୨ଟି ଓ ଇଶାନ୍ତ ଶର୍ମା ଗୋଟିଏ ୱିକେଟ୍‌ ହାସଲ କରିଛନ୍ତି।

ତେବେ ଅନ୍ୟ କୌଣସି ଭାରତୀୟ ବୋଳର୍‌ ଇଂଲଣ୍ଡ ବ୍ୟାଟସ୍‌ମ୍ୟାନ୍‌ଙ୍କ ଉପରେ ପ୍ରଭାବ ପକାଇ ପାରିନାହାନ୍ତି।

ଭାରତ ୫ମ ଟେଷ୍ଟ୍‌ରେ ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ବଦଳରେ ହନୁମା ବିହାରୀ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିଛି।

ଅନ୍ୟପକ୍ଷେ, ଟିମ୍‌ ଇଂଲଣ୍ଡରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଇଂଲଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ୫ ଟିକିଆ ଟେଷ୍ଟ୍‌ ସିରିଜ୍‌କୁ ୧-୩ରେ ଆଗୁଆ ହାତଛଡ଼ା କରିସାରିଛି।



from Odisha Reporter https://ift.tt/2wQ7cW4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages