‘ରଙ୍ଗିଲା’ ବୌଦ୍ଧ ସନ୍ନ୍ୟାସୀଙ୍କୁ ଗିରଫ କଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

‘ରଙ୍ଗିଲା’ ବୌଦ୍ଧ ସନ୍ନ୍ୟାସୀଙ୍କୁ ଗିରଫ କଲା ପୁଲିସ୍‌

ପାଟନା: ବିହାରର ପବିତ୍ର ବୌଦ୍ଧ ପୀଠ ବୋଧଗୟା ସହରରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜଣେ ବରିଷ୍ଠ ବୌଦ୍ଧ ସନ୍ନ୍ୟାସୀଙ୍କୁ ପୁଲିସ୍‌ ଗିରଫ କରିଛି। ସେ ଏକ ପ୍ରାଣାୟାମ  କେନ୍ଦ୍ରରେ ବାଳକମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି।

ଭାନ୍ତେ ସଙ୍ଘପ୍ରିୟ ସୁଜୟେ ବୋଧଗୟାସ୍ଥିତ ଏକ ପ୍ରାଣାୟାମ  କେନ୍ଦ୍ରରେ ପିଲାମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା

ଦେଉଥିଲେ।କିନ୍ତୁ ପ୍ରକୃତରେ ସେ ପ୍ରାଣାୟାମ ବଦଳରେ ଏଠାରେ କିଶୋରମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଜଣେ ଅଭିଯୋଗକାରୀ ବାଳକର କହିବା ଅନୁଯାୟୀ, ସୁଜୟେ ତାଙ୍କୁ ଏବଂ ତାଙ୍କର ୧୪ ଜଣ ସହଯୋଗୀଙ୍କୁ ପ୍ରାଣାୟାମ ଶିକ୍ଷା ଦେବା ନାଁରେ ଅନେକ ସମୟରେ ତାଙ୍କ ସହିତ ଅପ୍ରାକୃତିକ ଯୌନକ୍ରିୟା କରିବାକୁ ବାଧ୍ୟ କରୁଥିଲେ। ଏପରି କି ପିଲାମାନଙ୍କୁ ସେ ମାଡ଼ ମାରିବା ସହ ଲଙ୍ଗଳା ହୋଇ ନୃତ୍ୟ କରିବାକୁ ବାଧ୍ୟ କରୁଥିଲେ ବୋଲି ସେ କହିଛନ୍ତି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ସୁଜେୟ ବିଶେଷ କରି ୬ରୁ୧୨ ବର୍ଷର ପିଲାଙ୍କୁ ଟାର୍ଗେଟ କରୁଥିଲେ। ଉତ୍ତର ଭାରତର ଗରିବ ଶ୍ରେଣୀର ପିଲାଙ୍କୁ ଏହି କେନ୍ଦ୍ରରେ ରଖାଯାଉଥିଲା। କିନ୍ତୁ ସୁଜେୟ ଏଠାରେ ପିଲମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଜଣାପଡ଼ିଛି। ପିଲାମାନେ ଏନେଇ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ସୁଜୟେ ତାଙ୍କ କାର୍ଯ୍ୟର ପ୍ରତିବାଦ କରୁଥିବା ପିଲାମାନଙ୍କୁ ଖାଦ୍ୟ ନ ଦେଇ ଗୋଟିଏ ରୁମ୍‌ରେ ବନ୍ଦ କରି ରଖୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏବେ ପୁଲିସ୍‌ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି।”



from Odisha Reporter https://ift.tt/2LMdECL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages