ହଷ୍ଟେଲ୍‌ରେ ଛାତ୍ରଙ୍କୁ ପିଟୁଛନ୍ତି ରୋଷେୟା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ହଷ୍ଟେଲ୍‌ରେ ଛାତ୍ରଙ୍କୁ ପିଟୁଛନ୍ତି ରୋଷେୟା !

rkl

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବାପା-ମାଆମାନେ ନିଜ ପିଲାଙ୍କୁ ଶିକ୍ଷକଙ୍କ ହେପାଜତରେ ହଷ୍ଟେଲ୍‌ରେ ଛାଡ଼ି ଦେଉଛନ୍ତି। ଭାବୁଛନ୍ତି, ସେଠାରେ ରହି ପିଲା ପାଠ ପଢ଼ି ଆମ ବଡ଼ମଣିଷ ହେବ। ହେଲେ ସେଠାରେ ପିଲାଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଆଜି ଏମିତି ଗୁରୁତର ଅଭିଯୋଗ ଆସିଛି ରାଉରକେଲା ଉଦିତ୍‌ନଗର ହାଇସ୍କୁଲ ଛାତ୍ରାବାସରୁ। ହେଲେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲର ସହକାରୀ ଶିକ୍ଷକ।

ଉଦିତ୍‌ନଗର ହାଇସ୍କୁଲ ଛାତ୍ରାବାସରେ ଅସ୍ଥାୟୀ ରୋଷେୟା ଭାବେ କାର୍ଯ୍ୟ କରନ୍ତି ବିପିନ୍‌। ସେ ବିନା କାରଣରେ ନିୟମିତ ବ୍ୟବଧାନରେ ଛାତ୍ରମାନଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହେଉଛି। ଏପରିକି ମାଡ଼ ସମ୍ପର୍କ ମରାଯାଉଥିବା ସଂପର୍କରେ ଘରେ କହିଲେ, ସ୍କୁଲରୁ ବାହାର କରିଦିଆଯିବ ବୋଲି ମଧ୍ୟ ସେ ଧମକ ଦେଉଥିଛନ୍ତି। ଯାହାଫଳରେ ଛାତ୍ରମାନେ ଭୟଭୀତ ହୋଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିପାରୁ ନାହାନ୍ତି।

ତେବେ ନିର୍ଯାତନା ଅସହ୍ୟ ହେବାରୁ ଜଣେ ଛାତ୍ର ସ୍କୁଲ କ୍ୟାମ୍ପସରୁ ବାହାରକୁ ଆସି ଜଣକ ମୋବାଇଲରୁ ଘରକୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଦେଇଥିଲେ। ପରେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇଥିଲେ। ଏହାପରେ ଅଭିଭାବକମାନେ ମିଶି ଉଦିତ୍‌ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଓ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି-“ରୋଷେୟା ବିପିନ୍‌ ବିରୋଧରେ ପିଲାଙ୍କୁ ମାଡ଼ ମାରିବା ଅଭିଯୋଗ ଆସିଛି। ଏବେ ଘଟଣାର ତଦନ୍ତ ଚାଲିଛି।”



from Odisha Reporter https://ift.tt/2C8caDo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages