ସେନାର ପ୍ୟାରେଡ୍‌ ସମୟରେ ଚାଲିଲା ଗୁଳି,୮ ସୁରକ୍ଷାକର୍ମୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ସେନାର ପ୍ୟାରେଡ୍‌ ସମୟରେ ଚାଲିଲା ଗୁଳି,୮ ସୁରକ୍ଷାକର୍ମୀ ମୃତ

ତେହେରାନ୍‌: ଇରାନ୍‌ର ଅହଭାଜ୍‌ଠାରେ ଚାଲିଥିବା ସେନା ବାହିନୀର ପ୍ୟାରେଡ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୮ ଜଣ ସୁରକ୍ଷାକର୍ମୀ ନିହତ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ବିସ୍ତୃତ ତଥ୍ୟ ମିଳିପାରିନାହିଁ।

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ତକ୍‌ଫିରି ବାହିନୀ ଏହି ହମ୍‌ଲା କରିଛି ବୋଲି ସନ୍ଦେହ କରାଯାଉଛି।

ଜଣେ ଅ଼ଧିକାରୀ କହିଛନ୍ତି, ଦୁଇ ଜଣ ବନ୍ଧୁକଧାରୀ ଖାକି ପୋଷାକ ପିନ୍ଧି ମୋଟର ସାଇକେଲ୍‌ ଯୋଗେ ପ୍ୟାରେଡ୍‌ ସ୍ଥଳରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ପ୍ୟାରେଡ୍‌ରେ ଭାଗ ନେଇଥିବା ସୁରକ୍ଷାକର୍ମୀ ଓ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଇରାନର ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଘଟଣାସ୍ଥଳର ଫଟୋ ଜାରି କରାଯାଇଛି। ଯେଉଁଥିରୁ ଆକ୍ରମଣ କେତେ ଭୟଙ୍କର ଥିଲା, ତାହା ସ୍ପଷ୍ଟ ହୋଇଛି।



from Odisha Reporter https://ift.tt/2OIVJzd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages