ଖାଲରୁ ଉଦ୍ଧାର ହେବା ପରେ ଫରେଷ୍ଟରଙ୍କୁ ଶୁଣ୍ଢରେ କଚାଡ଼ି ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ଖାଲରୁ ଉଦ୍ଧାର ହେବା ପରେ ଫରେଷ୍ଟରଙ୍କୁ ଶୁଣ୍ଢରେ କଚାଡ଼ି ଦେଲା

ତେଲକୋଇ (ଚିନ୍ମୟ କୁମାର ସାହୁ): ଧାନ ଖାଇବାକୁ ଆସିଥିବା ବେଳେ ପାଣି ଭର୍ତ୍ତି ଏକ ଖାଲରେ ପଡ଼ି ଯାଇଥିଲେ ଦୁଇଟି ହାତୀ। ସେଥିରୁ ଗୋଟିଏ ବାହାରି ପଳାଇ ଯାଇଥିଲା। କିନ୍ତୁ ଆଉ ଗୋଟିଏ ରହି ଯାଇଥିଲା। ବନ କର୍ମଚାରୀମାନେ ତାକୁ ସେଠାରୁ ବାହାର କରି ଥିଲେ। କିନ୍ତୁ ଖାଲରୁ ଉଦ୍ଧାର ହେବା ପରେ ସେ ଫରେଷ୍ଟରଙ୍କୁ ଶୁଣ୍ଢରେ ଧରି ତଳେ କଚାଡ଼ି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଓ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧୀନରେ ଥିବା ସିଂଗପୁର ଗାଁରେ। ଆହତ ଫରେଷ୍ଟରଙ୍କ ନାଁ ଟିକାୟତ ମହାନ୍ତ। ତାଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୧୪ଟି ହାତୀ ଧାନ ଫସଲ ଖାଇବାକୁ ଜଙ୍ଗଲରୁ ଚାଲି ଆସିଥିଲେ। ଜମି ନିକଟରେ ଥିବା ଏକ ବଡ଼ ପାଣି ଭର୍ତ୍ତି ଖାଲରେ ଦୁଇଟି ହାତୀ ପଡ଼ିଯାଇଥିଲେ। ଏନେଇ ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଓ ବାଂଶପାଳ ଦମକଳ ବାହିନୀ ହାତୀକୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ror

ଏହି ସମୟରେ ଗୋଟିଏ ହାତୀ ଖାଲରୁ ବାହାରି ପଳାଇ ଯାଇଥିଲା। ତେବେ ଆଉ ଗୋଟିଏ ରହି ଯାଇଥିଲା। ୩ଘଣ୍ଟା ପରିଶ୍ରମ ପରେ ତାକୁ ଉଦ୍ଧାର କରାଯାଇଥିଲା।

ଖାଲରୁ ଉଦ୍ଧାର ହେବା ପରେ ହାତୀଟି ଜଙ୍ଗଲ ଆଡ଼କୁ ଦୌଡ଼ିବାକୁ ଲାଗିଥିଲା।  ଏତିକି ବେଳେ ଫରେଷ୍ଟର ଟିକାୟତ ମହାନ୍ତ ତା’ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ  ଶୁଣ୍ଢରେ କଚାଡ଼ି ଦେଇ ପଳାଇ ଯାଇଥିଲା।



from Odisha Reporter https://ift.tt/2MXnIyf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages