ବିନା ପଇସାରେ ସେବା ଯୋଗାଉଥିବା ବେଶ୍ୟାଳୟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ବିନା ପଇସାରେ ସେବା ଯୋଗାଉଥିବା ବେଶ୍ୟାଳୟ !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେହ ସୁଖ ପାଇଁ ପୃଥିବୀର ସବୁଠାରୁ ଆଦିମ ବ୍ୟବସାୟ ଭାବେ ବେଶ୍ୟାଳୟର ସୃଷ୍ଟି। ଏଠି ସମ୍ପର୍କ, ପ୍ରେମ କି ଭଲ ପାଇବାର ମାନେ କିଛି ନ ଥାଏ। କ୍ଷଣିକ ଦେହ ସୁଖ ଆଉ ତା ପ୍ରତିବଦଳରେ କିଛି ଅର୍ଥ। ଏମିତି ନେଣଦେଣ ଚାଲୁଥିବା ଯାଗାକୁ ଆମେ ବେଶ୍ୟାଳୟ କହୁ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ପୃଥିବୀର ଏମିତି ଗୋଟିଏ ଦେଶ ଅଛି ଯାହାର ରାଜଧାନୀରେ ଚାଲୁଥିବା ଦେହ ବ୍ୟବସାୟ ବା ବେଶ୍ୟାଳୟ ସମ୍ପୂର୍ଣ୍ଣ ବିନା ମୂଲ୍ୟରେ ସେବା ଯୋଗାଇଥାଏ। ଗ୍ରାହକଙ୍କଠାରୁ ଟଙ୍କାଟିଏ ବି ଦାବି କରି ନ ଥାନ୍ତି ଦେହଜୀବୀ।

ଆସନ୍ତୁ ଜାଣିବା ଏ ଅଜବ ପରମ୍ପରାଟି କେଉଁଠି ରହିଛି ତା ସମ୍ପର୍କରେ।

ଚେକ୍‌ ଗଣରାଜ୍ୟର ରାଜଧାନୀ ପ୍ରାଗ୍‌ରେ ଦେହବେପାର ଚାଲେ ମାଗଣାରେ। ଏଠାରେ ଥିବା ‘ବିଗ୍‌ ସିଷ୍ଟର’ ନାମକ ଏକ ବେଶ୍ୟାଳୟରେ ଦେହଜୀବୀମାନେ ମାଗଣାରେ ମିଳିଯାଆନ୍ତି। ସୁନ୍ଦର ସାଜସଜ୍କା, ନରମ ବିଛଣା, କ୍ଷୀଣ ଆଲୋକ, ପାଖରେ ଟେଲିଫୋନ୍‌ ତା’ ସହ ସୁନ୍ଦର ଯୁବତୀଙ୍କ ରାତି ବିତାଇଲେ ମଧ୍ୟ ଏଠି ଦେବାକୁ ପଡେନା ଟଙ୍କାଟିଏ।

ହେଲେ କାରଣ କ’ଣ ଜାଣିଛନ୍ତି। ଅସଲ କାରଣଟା ହେଉଛି କ୍ୟାମେରା। ଏହି ବେଶ୍ୟାଳୟରେ କ୍ୟାମେରା ଥାଏ ଆଉ ଯିଏ ଭିତରକୁ ଯାଇ ରତିକ୍ରିଡା କରନ୍ତି ତାଙ୍କର ସମସ୍ତ ଭାବଭଙ୍ଗି ଉକ୍ତ କ୍ୟାମେରାରେ କଏଦ ହୁଏ। କେବଳ ସେତିକି ନୁହେଁ ସେଠାରେ ଥିବା ଟେଲି ଫୋନ୍‌ରେ ଗ୍ରାହକମାନଙ୍କୁ ଦିଆଯାଉଥିବା ନିର୍ଦ୍ଦେଶ ଅନୁଯାୟୀ ଏମାନଙ୍କୁ ସମ୍ପର୍କ ରଖିବାକୁ ପଡେ। କାହିଁକିନା ଏହା ଦ୍ୱାରା ଭଲ ଭିଡିଓ ଶୁଟିଂ କରାଯାଇପାରିବ। ପରେ ଏହି ଭିଡିଓକୁ ବିକ୍ରିକରି ଯାହା ରୋଜଗାର ହୁଏ ସେଥିରେ ଏହି ବେଶ୍ୟାଳୟ ଚାଲିଥାଏ।

ଆପଣ ଭାବୁଥିବା ଏମିତି ବେଆଇନ୍‌ କାମ କ’ଣ ଆଜି ବି ଚାଲୁଛି। ନାଇଁ ଆଜ୍ଞା ଜମା ନୁହେଁ।  ୨୦୧୦ରୁ ଏହାକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଆଜିବି ଏହି ବେଶ୍ୟାଳୟର ବେଶ୍‌ ଚର୍ଚ୍ଚା ହୁଏ।

ସୂଚନାଯୋଗ୍ୟ, ବିଶ୍ୱରେ ଏମିତି ପ୍ରାୟ ୧୫ଟି ଦେଶକୁ ବେଶ୍ୟାବୃତ୍ତି ପାଇଁ ଆଇନର ମାନ୍ୟତା ମିଳିଛି। ହେଲେ ଆହୁରି କିଛି ଦେଶ ଆଇନର ଉଲ୍ଲଂଘନ କରି ଏହି କାର୍ଯ୍ୟ କରୁଛନ୍ତି।



from Odisha Reporter https://ift.tt/2OQhYDa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages