
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୨ ଦିନ ହେଲା ଶିକ୍ଷକମାନେ ରାଜଧାନୀର ରାଜରାସ୍ତାରେ ବସିଛନ୍ତି। ଯାହାଫଳରେ ସ୍କୁଲରେ ପାଠ ପଢ଼ା ଠପ୍ ହୋଇଯାଇଛି। ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି। ଶିକ୍ଷକଙ୍କ ଦାବି ଶୁଣିବା ପରିବର୍ତ୍ତେ ନାଲି ଆଖି ଦେଖାଉଛନ୍ତି।
ଶିକ୍ଷକଙ୍କ ମହାସମାବେଶ ପୂର୍ବରୁ ସ୍କୁଲ୍ ଓ ଗଣଶିକ୍ଷା ସଚିବ ସବୁ ବିଇଓ ଏବଂ ଡିଇଓଙ୍କୁ କଡ଼ା ଚିଠି ଲେଖିଥିଲେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ। ବିନା ଅନୁମତିରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ଯୋଗଦେଲେ ଦରମା କଟାଯିବ। ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ କଣ୍ଟ୍ରାକ୍ଟ ରିନ୍ୟୁ ହେବନି ବୋଲି ଚିଠିରେ ଉଲ୍ଲେଖ ରହିଥିଲା। ଯାହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।
ଗତକାଲି ଗୁରୁଦିବସକୁ ଆନ୍ଦୋଳନରତ ଶିକ୍ଷକ କଳାଦିବସ ଭାବେ ପାଳନ କରିଥିବା ବେଳେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଫଳରେ ରାଜ୍ୟର ପ୍ରାୟ ୪ହଜାର ବ୍ଲକ୍ ଗ୍ରାଣ୍ଟ ସ୍କୁଲ୍ ଓ ପ୍ରାୟ ୧୧ ଶହ ଜୁନିୟର ଏବଂ ଡିଗ୍ରୀ କଲେଜରେ ତାଲା ପଡିଛି।
ଆଜି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ମହାସମାବେଶ କରାଯାଇଛି। ପେନ୍ସନ୍ ପ୍ରଦାନ, ୨୮ଶହ ଗ୍ରେଡ୍ ପେ ଭଳି ଏକାଧିକ ଦାବିରେ ଶହ ଶହ ପ୍ରାଥମିକ ଶିକ୍ଷକ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି।
ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ବଦ୍ରି ନାରାୟଣ ପାତ୍ର କହିଛନ୍ତି-“ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଛି। ମୁଁ ଆଶା କରୁଛି ଶିକ୍ଷକମାନେ ସ୍କୁଲକୁ ଫେରିବେ ଓ ପିଲାମାନଙ୍କୁ ପାଠ ପଢ଼ାଇବେ। ଆଉ ସ୍କୁଲରେ ଶୈଖିକ ବାତାବରଣ ଫେରିବ। ଆନ୍ଦୋଳନ କଲେ ଶିକ୍ଷକମାନଙ୍କୁ ନୋଟିସ୍ କରାଯାଏ।”
from Odisha Reporter https://ift.tt/2wM0yQt
No comments:
Post a Comment