ନୃତ୍ୟ-ସଙ୍ଗୀତର ଅପୂର୍ବ ମିଳନ:  ‘ଗୀତଗୋବିନ୍ଦ’ ସହିତ କୁଚିପୁଡ଼ି ନୃତ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ନୃତ୍ୟ-ସଙ୍ଗୀତର ଅପୂର୍ବ ମିଳନ:  ‘ଗୀତଗୋବିନ୍ଦ’ ସହିତ କୁଚିପୁଡ଼ି ନୃତ୍ୟ

Guru Kelucharan Mohapatra Odissi Nrityabasa
 ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏଥିରେ ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀ ଗୀତଗୋବିନ୍ଦ ଗାନ କରିଥିବା ବେଳେ ବୈଜୟନ୍ତୀ କାସୀ ଓ ପ୍ରତୀକ୍ଷା କାସୀ କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ। ଯାହାକୁ ଉପସ୍ଥିତ ଲୋକେ ମନ ଭରି ଉପଭୋଗ କରିଥିଲେ।
ଆଜି ସନ୍ଧ୍ୟାର ପ୍ରଥମ ଅର୍ଘ୍ୟ ଥିଲା ‘ଗୀତଗୋବିନ୍ଦ’। ଯାହାକୁ ଓଡ଼ିଶୀ ନୃତ୍ୟ ବିଶାରଦା ସଂଯୁକ୍ତା ପାଣିଗ୍ରାହୀ ଓ ସୁରମଣି ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସୁପୁତ୍ର ତଥା ସୁମଧୁର କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀ ପରିବେଷଣ କରିଥିଲେ। ଯାହା ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ। ଗୀତ ପରିବେଷଣ ବେଳେ ଉପସ୍ଥିତ ଶ୍ରୋତାଙ୍କ କରତାଳିରେ ଫାଟିପଡ଼ି ଥିଲା ମଞ୍ଚ।  
ଦ୍ୱିତୀୟ ସନ୍ଧ୍ୟାରେ ବୈଜୟନ୍ତୀ କାସୀ ଓ ପ୍ରତୀକ୍ଷା କାସୀ କୁଚିପୁଡ଼ିର ଯୁଗ୍ମ ନୃତ୍ୟ ପରିବେଷଣ କରିଥିଲେ। ସେମାନଙ୍କର ପ୍ରଥମ ପ୍ରସ୍ତୁତି ନୃସିଂହ ଓ ପ୍ରହଲ୍ଲାଦଙ୍କ କାହାଣୀ ଉପରେ ଆଧାରିତ ଥିଲା।
ଉତ୍ସବର ଅତିଥି ଭାବେ ଭାରତୀୟ ବିଦ୍ୟା ଭବନର ଉପାଧ୍ୟକ୍ଷ ଡ଼. ଏସ.କେ. ତାମୋଟିଆ, କ୍ରାଉନ୍‌ ହୋଟେଲର ଉପାଧ୍ୟକ୍ଷ ଏ.କେ. ତାଲୁକଦାର, ପ୍ରିୟଦର୍ଶିନୀ ହସ୍ତତନ୍ତର ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ସୃଜନର ନିଦ୍ଦେର୍ଶକ ଗୁରୁ ରତିକାନ୍ତ ମହାପାତ୍ର ଉତ୍ସବର ପରିଚାଳନା କରିଥିଲେ। 


from Odisha Reporter https://ift.tt/2wWXO3R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages