
ପାଟନା: ବହୁ ଚର୍ଚ୍ଚିତ ୧୯୦୦ କୋଟି ‘ସୃଜନ୍’ ଦୁର୍ନୀତି ମାମଲାରେ ଆଜି ଆୟକର ବିଭାଗ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ ମୋଦିଙ୍କ ଉଭଣୀ ରେଖା ମୋଦିଙ୍କ ଘରେ ଚଢ଼ଉ କରିଛି। ‘ସୃଜନ୍’ ଦୁର୍ନୀତି ମାମଲାରେ ରେଖାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
ଏସ୍ପି ବର୍ମା ରାସ୍ତାର ସରସ୍ୱତୀ ଆର୍ପାଟମେଣ୍ଟରେ ଥିବା ରେଖା ମୋଦିଙ୍କ ଘରେ ଆୟକର ବିଭାଗର ଏକ ଟିମ୍ ଚଢ଼ଉ କରିଥିଲା। ପୁଲିସ୍ର କହିବା ଅନୁଯାୟୀ, ‘ସୃଜନ୍’ ଦୁର୍ନୀତିର କିଙ୍ଗପିନ୍ଠାରୁ ରେଖା ମୋଦି ବିପୁଳ ପରିମାଣର ସୁନା ଗହଣା ଶସ୍ତା ଦରରେ କିଣିଥିଲେ।
ରେଖାଙ୍କ ‘ସୃଜନ୍’ ଦୁର୍ନୀତିରେ ଛନ୍ଦିହେବା ପରେ ବିହାରର ବିରୋଧୀ ଦଳ ଆର୍ଜେଡି ସୁଶୀଲ ମୋଦିଙ୍କୁ ଟାର୍ଗେଟ କରିଛି। ଆର୍ଜେଡି ନେତା ତେଜସ୍ୱୀ ଯାଦବ ସିଧାସଳଖ ସୁଶୀଲ ମୋଦି ‘ସୃଜନ୍’ ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସୁଶୀଲ ମୋଦିଙ୍କ ଉଭଣୀ ରେଖା ଓ ଝିଆରୀ ଉର୍ବଶୀ ‘ସୃଜନ୍’ ସ୍କାମରୁ ବ୍ୟାପକ ଅର୍ଥ ହାସଲ କରିଛନ୍ତି।
ଭାଗଲପୁରଠାରେ ଥିବା ‘ସୃଜନ୍ ମହିଳା ବିକାଶ ସହଯୋଗ ସମିତି ଲିଃ’ ମହିଳା ମାନଙ୍କୁ ଭୋକେସନାଲ୍ ଟ୍ରେନିଂ ଦେବାକୁ ସରକାରଙ୍କ ସହ ଅନୁବନ୍ଧିତ ହୋଇଥିଲା। କିନ୍ତୁ ସରକାରଙ୍କ କଲ୍ୟାଣମୂଳକ ଯୋଜନାକୁ ହରିଲୁଟ୍ କରିଥିଲା। ଏଥିରେ ୧୯୦୦ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।
from Odisha Reporter https://ift.tt/2NSYLjV
No comments:
Post a Comment