‘ରସିକିଆ ଜେଲର୍‌’ଙ୍କ ପାଇଁ ବଢ଼ିଲା ଅଡୁଆ, ରୁଜୁ ହେଲା ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

‘ରସିକିଆ ଜେଲର୍‌’ଙ୍କ ପାଇଁ ବଢ଼ିଲା ଅଡୁଆ, ରୁଜୁ ହେଲା ମାମଲା

bhadrak jailors trouble mounts as another woman charges him with sexual assaullt
କେନ୍ଦୁଝର (ପ୍ରଣୟ ପାଣି): ଭଦ୍ରକର ପୂର୍ବତନ ‘ରସିକିଆ ଜେଲର୍‌’ ଚିନ୍ମୟ ପାତ୍ରଙ୍କ ଅଡୁଆ ବଢ଼ିଛି। କେନ୍ଦୁଝର ବଡ଼ବିଲ୍‌ ଥାନାରେ ତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ଏଥିରେ ଅଭିଯୁକ୍ତଙ୍କୁ ଗିରଫ ସହ ସସ୍‌ପେଣ୍ଡ କରିବା ପାଇଁ ଅଭିଯୋଗକାରିଣୀ ଦାବି କରିଛନ୍ତି।
ସେପଟେ ଜେଲର୍‌ଙ୍କର ଆଉ କିଛି ଅଶ୍ଳୀଳ ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ରଙ୍ଗ୍‌ ନମ୍ୱରରୁ ପ୍ରେମ ନିବେଦନ ଆଉ ପରେ ଚାକିରିର ମିଥ୍ୟା ପ୍ରଲୋଭନ ଦେଖାଇ ଜେଲର୍‌ ଚିନ୍ମୟ ପାତ୍ର ମହିଳାଙ୍କ ସହ ରଖିଥିଲେ ଶାରୀରିକ ସଂପର୍କ। 
ଏକାଧିକ ଯୁବତୀଙ୍କ ସହ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଘଟଣା ପ୍ରଘଟ ହେବା ଏବେ ଜେଲର୍‌ଙ୍କ ପାଇଁ ଅଡୁଆ ହୋଇଛି। ତେବେ ଜେଲର୍‌ଙ୍କ ବିରୋଧରେ ଏତେ ବଡ଼ ସଙ୍ଗୀନ ଅଭିଯୋଗ ପରେ ମଧ୍ୟ ତାଙ୍କ ପତ୍ତା ମିଳୁନି। ସେ ଏତେଦିନ ହେଲା ଛୁଟିରେ ଅଛନ୍ତି ନା ଫେରାର ରହିଛନ୍ତି, ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
ସୂଚନାରୁ ପ୍ରକାଶ, ଗତ ୨ ତାରିଖରେ ଭଦ୍ରକ ଜେଲର୍‌ ଚିନ୍ମୟଙ୍କ ବିରୋଧରେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ଆଣିଥିଲେ ମିଥ୍ୟା ପ୍ରଲୋଭନ ଓ ଦୁଷ୍କର୍ମ ପରି ଅଭିଯୋଗ। ବାଲେଶ୍ୱରରେ ପଢ଼ୁଥିବା ବେଳେ ଚିନ୍ମୟ ସମ୍ପୃକ୍ତ ଛାତ୍ରୀଙ୍କୁ ଫେସ୍‌ବୁକ୍‌ରେ ପ୍ରେମ କରିଥିଲେ। 
ପରେ ମନ୍ଦିରକୁ ଡାକି ନେଇ ବଳପୂର୍ବକ ବିବାହ କରିଥିଲେ। ଯେତେବେଳେ ଚିନ୍ମୟଙ୍କ କାରନାମା ସମ୍ପର୍କରେ ଛାତ୍ରୀ ଜଣକ ଜାଣିବାକୁ ପାଇଲେ, ସେତେବେଳେ ତାଙ୍କ ହୋସ୍‌ ଉଡିଯାଇଥିଲା। ଶେଷରେ ନ୍ୟାୟ ପାଇଁ ଭଦ୍ରକ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ।
ସେହିପରି ଚିନ୍ମୟଙ୍କ ବିରୋଧରେ ଗତକାଲି ବଡବିଲ୍‌ ଅଞ୍ଚଳର ଜଣେ ମହିଳା ଆଣିଥିଲେ ସଙ୍ଗୀନ ଅଭିଯୋଗ। ରଙ୍ଗ୍‌ ନମ୍ୱରରୁ ପ୍ରେମ ଓ ପରେ ଚାକିରିର ପ୍ରଲୋଭନ ଦେଖାଇ ସେ ଏହି ମହିଳାଙ୍କୁ ବଳପୂର୍ବକ କାର୍‌ରେ ଏକ ଶୂନ୍‌ଶାନ୍‌ ଜାଗାକୁ ନେଇଯାଇ ଦୁଷ୍କର୍ମ କରିବା ପରେ ବିଚ୍‌ ରାସ୍ତାରେ ଛାଡ଼ି ପଳାଇ ଯାଇଥିବା ଅଭିଯୋଗ ହୋଇଛି। 


from Odisha Reporter https://ift.tt/2NmJ6MB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages