
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ମଧ୍ୟରେ ଓଲିଉଡ୍ର ଆଗ ଧାଡ଼ିର ନାୟିକା ପାଲଟି ଯାଇଛନ୍ତି ଏଲିନା ସାମନ୍ତରାୟ। ୨୦୧୪ରେ ତରଙ୍ଗ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ’ ‘କିଏ ହେବ ମୋ ହିରୋଇନ୍’ରେ ଟାଇଟଲ୍ ବିଜୟିନୀ ହେବା ପରେ ଏଲିନାଙ୍କ ଗ୍ଲାମର୍ ଜଗତର ଯାତ୍ରା ଆରମ୍ଭ ହୋଇଥିଲା। ନିଜ କ୍ୟାରିୟର୍ର ପ୍ରଥମ ଫିଲ୍ମ ‘ଇସ୍କ୍ ତୁ ହି ତୁ’ରେ ସୁପରଷ୍ଟାର୍ ଅରିନ୍ଦମ୍ଙ୍କ ସହ ଏଲିନା ଲିଡ୍ ରୋଲ୍ରେ ନଜର ଆସିଥିଲେ। ପିଲ୍ମଟି ହିଟ୍ ମଧ୍ୟ ହେଇଥିଲା। ଏହାପରେ ସେ ସଫଳତାର ଗୋଟିଏ ପରେ ଅନ୍ୟଏକ ପାହାଚ ଚଢ଼ି ଚାଲିଛନ୍ତି।
ଏଲିନା ଏମିତି ଜଣେ ଅଭିନେତ୍ରୀ ଯେ ଖୁବ୍ କମ୍ ଦିନ ମଧ୍ୟରେ ଓଲିଉଡ୍ର ଅଧିକାଶଂ ହିରୋଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ଗତ ୪ବର୍ଷ ମଧ୍ୟରେ ସେ କେବଳ ଯେ ଓଡ଼ିଶା ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିଛନ୍ତି ତା’ ନୁହେଁ, ବରଂ ରାଜ୍ୟ ବାହାରେ ମଧ୍ୟ ଏଲିନାଙ୍କର ଢେର୍ ପ୍ରଶଂସକ ସୃଷ୍ଟି ହୋଇଛନ୍ତି। ନିକଟରେ ଏଲିନା ଗଣେଶ ପୂଜା ଅବସରରେ ବେଙ୍ଗାଲୁରୁରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଆଯୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ମଧ୍ୟ ତାଙ୍କୁ ଅନେକ ଭଲ ପାଇବା ଏବଂ ସମ୍ମାନ ମିଳିଥିଲା।










ଏହି କାର୍ଯ୍ୟକ୍ରମରେ ଜାମୁ କୋଳି ରଙ୍ଗର ଶାଢ଼ି ପିନ୍ଧିଥିବା ଏଲିନା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ସହ ଧୁମ୍ ନାଚିଥିଲେ ଏବଂ କାର୍ଯ୍ୟକ୍ରମରେ ସାମିଲ୍ ଥିବା ପ୍ରଶଂସକମାନଙ୍କୁ ମଧ୍ୟ ନଚେଇଥିଲେ।
from Odisha Reporter https://ift.tt/2NwVjzj
No comments:
Post a Comment