ଭାରତରେ ‘ହ୍ୱାଟ୍‌ସ୍‌ଆପ୍‌’ ବନ୍ଦ ଆଶଙ୍କା ଟଳିଲା, ଅଭିଯୋଗ ଗ୍ରହଣ ପାଇଁ ନିଯୁକ୍ତ ହେଲେ ଏହି ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଭାରତରେ ‘ହ୍ୱାଟ୍‌ସ୍‌ଆପ୍‌’ ବନ୍ଦ ଆଶଙ୍କା ଟଳିଲା, ଅଭିଯୋଗ ଗ୍ରହଣ ପାଇଁ ନିଯୁକ୍ତ ହେଲେ ଏହି ଅଧିକାରୀ

ନୂଆଦିଲ୍ଲୀ: ଭାରତରେ ହ୍ୱାଟ୍‌ସ୍‌ଆପ୍‌ର ବ୍ୟବହାର ବନ୍ଦ ହୋଇଯିବା ଆଶଙ୍କା ଟଳି ଯାଇଛି। ଫେକ୍‌ ନ୍ୟୁଜ୍‌ର ପ୍ରସାରଣରେ ଲଗାମ୍‌ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ ମାନି ହ୍ୱାଟ୍‌ସଆପ୍‌ କମ୍ପାନୀ ଭାରତ ପାଇଁ ଏହାର ଜଣେ ଅଭିଯୋଗ ଗ୍ରହଣକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି।

ଏଣିକି ଫେକ୍‌ ନ୍ୟୁଜ୍‌ର ପ୍ରସାରଣ ସମ୍ପର୍କରେ ୟୁଜର୍ସ ହ୍ୱାଟ୍‌ସ୍‌ଆପ୍‌ କମ୍ପାନୀର ବରିଷ୍ଠ ପଦାଧିକାରୀ କୋମଲ୍‌ ଲାହିରୀଙ୍କୁ ମୋବାଇଲ୍‌ ଆପ୍‌ କି ଇ-ମେଲ୍‌ ଯୋଗେ ଅବା ସିଧାସଳଖ ଲିଖିତ ଅଭିଯୋଗ କରିପାରିବେ। ଆମେରିକାରେ ଅବସ୍ଥାପିତ ଲାହିରୀ ହ୍ୱାଟ୍‌ସ୍‌ଆପ୍‌ କମ୍ପାନୀର ଗ୍ଲୋବାଲ୍‌ କଷ୍ଟମର୍‌ ଅପରେସନ୍‌ ଓ ଲୋକାଲାଇଜେସନ୍‌ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି।

ଦେଶରେ ମିଛ ଖବର ବା ଫେକ୍ ନ୍ୟୁଜ୍‌ର ପ୍ରସାରଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ହ୍ୱାଟ୍‌ସ୍‌ଆପ୍‌ର ବ୍ୟବହାର ପ୍ରସଙ୍ଗରେ ନିଜ ଆଭମ୍ମୁଖ୍ୟକୁ କଠୋର କରିଥିଲେ। ଏପରିକି ନିକଟ ଅତୀତରେ ସଂଘଟିତ କିଛି ‘ମବ୍ ଲିଞ୍ଚିଙ୍ଗ’ ଘଟଣାରେ ମଧ୍ୟ ହ୍ୱାଟ୍‌ସ୍‌ଆପ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ପଦାକୁ ଆସିଥିଲା।

କେନ୍ଦ୍ର ସରକାରଙ୍କ କଡ଼ା ଆଭିମ୍ମୁଖ୍ୟ ପରେ ଫେକ୍ ନ୍ୟୁଜ୍‌ର ପ୍ରସାରଣକୁ ରୋକିବା ପାଇଁ ହ୍ୱାଟ୍‌ସ୍‌ଆପ୍‌ କମ୍ପାନୀ ଏହାର ବ୍ୟବହାର ନିୟମରେ କିଛି ପରିବର୍ତ୍ତନ ମଧ୍ୟ ଆଣିଥିଲା। ଏସବୁ ସତ୍ତ୍ୱେ ଫେକ୍‌ ନ୍ୟୁଜ୍‌ ସମସ୍ୟା ସୁଧୁରି ନଥିଲା। ତେଣୁ ଏହି ସମସ୍ୟାକୁ ସୁଧାରିବା ପାଇଁ କେନ୍ଦ୍ର ସରକାର କମ୍ପାନୀକୁ ଭାରତରେ ଜଣେ ଅଭିଯୋଗ ଗ୍ରହଣକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହ ଫେକ୍ ନ୍ୟୁଜ୍‌କୁ ଟ୍ରାକିଂ ବ୍ୟବସ୍ଥାକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ହ୍ୱାଟ୍‌ସ୍‌ଆପ୍ କମ୍ପାନୀ ଭାରତ ସରକାରଙ୍କ ଏପରି ପରାମର୍ଶକୁ ଗ୍ରହଣ କରିବାକୁ ରାଜି ହୋଇ ନଥିଲା। ଏଣୁ ପରେ କେନ୍ଦ୍ର ଆଇଟି ମନ୍ତ୍ରାଳୟ ଚେତାବନୀ ଦେଇ କହିଥିଲେ ଯେ ଯଦି ହ୍ୱାଟ୍‌ସ୍‌ଆପ୍‌ କମ୍ପାନୀ ଭାରତ ସରକାରଙ୍କ ପରାମର୍ଶ ପାଳନ ନକରେ, ତେବେ ଫେକ୍‌ ନ୍ୟୁଜ୍‌ର ପ୍ରସାରଣ ପାଇଁ କମ୍ପାନୀକୁ ଦାୟୀ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଦେଶରେ ହ୍ୱାଟ୍‌ସ୍‌ଆପ୍‌ର ବ୍ୟବହାରକୁ ବ୍ୟାନ୍‌ କରି ଦିଆଯିବ।

ଏପରି ଚେତାବନୀ ପାଇବା ପରେ ହ୍ୱାଟ୍‌ସ୍‌ଆପ୍‌ କମ୍ପାନୀ ନିଜ ଆଭିମ୍ମୁଖ୍ୟରେ ପରିବର୍ତ୍ତନ ଆଣି ଫେକ୍ ନ୍ୟୁଜ୍‌ ପ୍ରସାରଣ ସମ୍ପର୍କିତ ଅଭିଯୋଗ ଗ୍ରହଣ କରିବାକୁ ଭାରତ ପାଇଁ ଏହାର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି।



from Odisha Reporter https://ift.tt/2IbTjGY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages