
ମୁମ୍ବାଇ: ଅଡ଼ୁଆରେ ବଲିଉଡ୍ର ଭାଇଜାନ୍। ପୁଣିଥରେ ଆଇନ୍ର ଜାଲରେ ଫସିବେ ସଲମାନ୍ ଖାନ୍। ମୁଜାଫରପୁର CJM କୋର୍ଟ ସଲ୍ମାନ୍ ଖାନ୍ଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ଉଠିଛି। ସୂଚନା ଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ୬ ତାରିଖରେ ସଲ୍ମାନ୍ ଖାନ୍ଙ୍କ ‘ଲଭ୍ରାତ୍ରୀ’ ରିଲିଜ୍ ହେବାକୁ ଯୋଜନା ରହିଛି।
ତେବେ ଏହାକୁ ନେଇ ବିବାଦ ଉଠିଛି । ଏହି ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୁ ଭାବନାକୁ କୁଠାରଘାତ କରାଯାଇଥିବା ଅଭିଯୋଗ ହୋଇଛି। ସୁଧିର ଓଝା ନାମକ ଜଣେ ବ୍ୟକ୍ତି ଏନେଇ ମାମଲା ରୁଜୁ କରିଛନ୍ତି। ସେ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ, ଏମିତି ଚଳଚ୍ଚିତ୍ର ନିର୍ମାଣ କରି ହିନ୍ଦୁମାନଙ୍କୁ ନିଚ୍ଚ କରି ଦେଖାଇବା ପାଇଁ ପ୍ରୟାସ କରାଯାଇଛି। ଏହି ମାମଲାରେ ଶୁଣାଣି କରି ମୁଜାଫରପୁର ସିଜେଏମ୍ ସଲ୍ମାନ୍ ଖାନ୍ଙ୍କ ବିରୋଧରେ ଏତଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ଫିଲ୍ମକୁ ବିଶ୍ୱ ହିନ୍ଦୁ ପରିଷଦ ସଙ୍ଗଠନ ମଧ୍ୟ ବିରୋଧ କରିଥିଲା।
ସଲମାନ୍ ଖାନ୍ଙ୍କ ବ୍ୟାନରରେ ନିର୍ମିତ ଫିଲ୍ମ ‘ଲଭରାତ୍ରୀ’କୁ ରିଲିଜ୍ କରାଇଦେବ ନାହିଁ ବୋଲି ଆର୍ଏସ୍ଏସ୍ ଚେତାବନୀ ଦେଇଥିଲା। ଏହି ଫିଲ୍ମଟିକୁ ସଲ୍ମାନ୍ ପ୍ରଯୋଜନା କରିଥିବା ବେଳେ ଅଭିରାଜ୍ ମିନାୱାଲା ନିର୍ଦ୍ଦେଶନା ଦେଇଛନ୍ତି। ଷ୍ଟାର କାଷ୍ଟିଂରେ ଆୟୁଷ ଶର୍ମା ଏବଂ ୱାରିନା ହୁସେନ୍ ଅଛନ୍ତି।
from Odisha Reporter https://ift.tt/2MqgpKm
No comments:
Post a Comment