ସକାଳୁ ଶୀଘ୍ର ଉଠିଲେ, ଏହି ସବୁ ରୋଗ ହୋଇନଥାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ସକାଳୁ ଶୀଘ୍ର ଉଠିଲେ, ଏହି ସବୁ ରୋଗ ହୋଇନଥାଏ

puspa3

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମୟ ବଦଳିବା ସହ ଲୋକମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଘଟୁଛି। କର୍ମବ୍ୟସ୍ତତା ଯୋଗୁ ଅଧିକାଂଶ ଲୋକଙ୍କ ଶୋଇବା ଓ ଉଠିବାର ସମୟ ମଧ୍ୟ ପ୍ରଭାବିତ ହେଉଛି।

ଶୋଇବା ଓ ଉଠିବା ସମୟରେ ଠିକଣା ନଥିବା ଯୋଗୁ ଏହାଦ୍ୱାରା ବ୍ୟକ୍ତିଙ୍କ ଦିନଚର୍ଯ୍ୟା ପ୍ରଭାବିତ ହେବା ସହିତ ଏଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଶୋଇବା ଓ ଉଠିବାରେ ଅନିୟମିତତା ଯୋଗୁ ମାନସିକ ରୋଗ, ମୋଟାପଣ, ଆଳସ୍ୟ ଓ ହୃତ୍‌ପିଣ୍ଡଜନିତ ରୋଗ ହେବାର ଆଶଙ୍କା ରହିଥାଏ। ଏଥିପାଁଇ ଆପଣ ବିଳମ୍ବିତ ରାତି ଯାଏ ଅନିଦ୍ରା ନରହି, ଠିକ୍‌ ସମୟରେ ଶୁଅନ୍ତୁ ଏବଂ ସକାଳୁ ଶୀଘ୍ର ଉଠନ୍ତୁ।

ଗବେଷଣା ଅନୁସାରେ, ଜଣେ ବ୍ୟକ୍ତି ସକାଳୁ ଶୀଘ୍ର ଉଠିବା ଦ୍ୱାରା ଚିନ୍ତା ଏବଂ ଅବସାଦ ଗ୍ରସ୍ତ ହେବାର ସମ୍ଭାବନା କମ୍‌ ହୋଇଥାଏ।puspa5ଗବେଷଣାରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଯେଉଁ ଲୋକମାନେ ରାତିରେ ବିଳମ୍ୱତି ସମୟ ଯାଏ ଜାଗ୍ରତ ରହୁଛନ୍ତି, ସେମାନେ ଅନ୍ୟମାନଙ୍କ ତୁଳନାରେ ଦୁଇଗୁଣ ଅଧିକ ଅବସାଦରେ ରହୁଛନ୍ତି। ବିଳମ୍ୱିତ ରାତି ଯାଏ ଅନିଦ୍ରା ରହିବା କାରଣରୁ ନିଦ୍ରାରେ ଅନିୟମିତତା ସୃଷ୍ଟି ହୋଇଥାଏ। ଏହା ସହ ଏକ୍ସର୍‌ସାଇଜ୍‌ ନକରିବା ଓ ସର୍ବଦା ଘରେ ଅନ୍ଧାରରେ ରହିବା କାରଣରୁ ଶରୀରରେ ଅନେକ ରୋଗ ମଧ୍ୟ ସୃଷ୍ଚି ହୋଇଥାଏ।

ବିଶେଷଜ୍ଞଙ୍କ ମତରେ,ସକାଳୁ ଶୀଘ୍ର ଉଠିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରୁହେ।
puspa1ସକାଳୁ ଶୀଘ୍ର ଉଠିବାର ଅନ୍ୟାନ୍ୟ ଲାଭ:

ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିଲେ, ସ୍ୱାସ୍ଥ୍ୟ ପାଇଁ ଏହା ଖୁବ୍‌ ଲାଭଦାୟକ।
ସକାଳୁ ଶୀଘ୍ର ଉଠିଲେ ଶରୀରକୁ ଶୁଦ୍ଧ ଅମ୍ଳଜାନ ମିଳିଥାଏ, ଯାହା ଆପଣଙ୍କ ଗଳାକୁ ସୁସ୍ଥ ରଖିଥାଏ।puspa4
ସକାଳୁ ଶୀଘ୍ର ଉଠି ଏକ୍ସର୍‌ସାଇଜ୍‌ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଠିକ୍‌ ହେବା ସହିତ ହୃତ୍‌ପିଣ୍ଡଜନିତ ରୋଗ ହେବାର ଆଶଙ୍କା କମିଥାଏ।
ସକାଳୁ ଶୀଘ୍ର ଉଠି ପ୍ରାଣାୟମ କରିବା ଦ୍ୱାରା ବିଭିନ୍ନ ମାନସିକ ରୋଗକୁ ଆରୋଗ୍ୟ ମିଳିଥାଏ। 



from Odisha Reporter https://ift.tt/2OOiqCd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages