ଏହି ଉପାୟ ଆପଣାନ୍ତୁ, ଖୁବ୍‌ଶୀଘ୍ର ଦୁଇଗୁଣା କମିଯିବ ଆପଣଙ୍କ ପେଟର ଚର୍ବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ଏହି ଉପାୟ ଆପଣାନ୍ତୁ, ଖୁବ୍‌ଶୀଘ୍ର ଦୁଇଗୁଣା କମିଯିବ ଆପଣଙ୍କ ପେଟର ଚର୍ବି

weight-gain44

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ପେଟରେ ଚର୍ବି ବଢ଼ିଲେ, ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ। ତେବେ ଆପଣ କ’ଣ ଖାଉଛନ୍ତି ଏବଂ କେଉଁ ସମୟରେ ଖାଉଛନ୍ତି, ତାହା ହିଁ ଚର୍ବି ବୃଦ୍ଧି ଓ ହ୍ରାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ।

ଗବେଷଣାରୁ ଜଣାପଡ଼ିଛି ଯେ ଶରୀରରେ ଚର୍ବି କମାଇବା ପାଇଁ ଖାଇବାର ସମୟରେ ପରିବର୍ତ୍ତନ କରିବା ଜରୁରୀ।

ସରେ ୟୁନଭର୍ସିଟି ପକ୍ଷରୁ ଏନେଇ ୧୦ ସପ୍ତାହ ଧରି ଏକ ଗବେଷଣା ହୋଇଥିଲା। belly-fat

ଏହି ଗବେଷଣାରୁ ଜଣାପଡ଼ିଛି, ଶରୀରର ଆକାର ଓ ଚର୍ବି ବୃଦ୍ଧି ଉପରେ ଖାଦ୍ୟ ଖାଇବାର ସମୟ ଅନେକ ପ୍ରଭାବ ପକାଇଥାଏ।

ଗବେଷଣାରେ ଭାଗ ନେଇଥିବା ବ୍ୟକ୍ତିମାନଙ୍କୁ କୌଣସି ଡାଏଟ୍‌ରେ ରହିବା ପାଇଁ କୁହାଯାଇନଥିଲା। କେବଳ ସେମାନଙ୍କ ଖାଇବା ସମୟ ହିଁ ନିର୍ଦ୍ଧାରଣ କରାଯାଇଥିଲା।

ଏଥିରେ ଭାଗ ନେଇଥିବା ସମସ୍ତଙ୍କୁ ଦୁଇଟି ଗ୍ରୁପ୍‌ରେ ରଖାଯାଇଥିଲା। ଗୋଟିଏ ଗ୍ରୁପ୍‌ ସକାଳ ଜଳଖିଆ ନିର୍ଦ୍ଧାରିତ ସମୟରେ ଖାଉଥିବାବେଳେ ଅନ୍ୟ ଗ୍ରୁପ୍‌ଟି ୯୦ ମିନିଟ୍‌ ବିଳମ୍ୱରେ ଏହା ଖାଉଥିଲେ।

ଗବେଷଣା ଶେଷରେ ଜଣା ପଡ଼ିଥିଲା, ନିର୍ଦ୍ଧାରିତ ସମୟରେ ଖାଦ୍ୟ ଖାଉଥିବା ଲୋକମାନେ ବିଳମ୍ୱରେ ଖାଦ୍ୟ ଖାଉଥିବା ଲୋକଙ୍କଠାରୁ ଦୁଇଗୁଣା ଅଧିକ ଓଜନ ହ୍ରାସ କରିଛନ୍ତି।

belly-fat133ଗବେଷଣାରେ ସାମିଲ୍ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫୭ ପ୍ରତିଶତଙ୍କ ମତରେ, ସେମାନେ ଏହି ରୁଟିନ୍‌କୁ ନିୟମିତ ପାଳନ କରିପାରିବେ ନାହିଁ। ପରିବାର ଏବଂ ସୋଶାଲ୍‌ ଲାଇଫ୍‌ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିବ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶରୀରରେ ଚର୍ବି  କମ୍‌ ରହିଲେ, ମୋଟା ହେବାର ଆଶଙ୍କ କମ୍‌ ଥାଏ ଏବଂ ଏଥିରୁ ହେଉଥିବା ରୋଗରୁ ମଧ୍ୟ ଶରୀରକୁ ସୁରକ୍ଷା ମିଳିଥାଏ।



from Odisha Reporter https://ift.tt/2Nz1jn8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages