ଅନୁଷ୍କାଙ୍କ ଖୁଲାସା, ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଅନୁଷ୍କାଙ୍କ ଖୁଲାସା, ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ

varun

ମୁମ୍ବାଇ: ଅନୁଷ୍କା ଶର୍ମା ଆଜି ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ। ତାଙ୍କ ପାଖରେ ଅର୍ଥର ଅଭାବ ନାହିଁ। ଭଲ ଘର, ଦାମୀ ଗାଡ଼ି ସବୁ କିଛି ତାଙ୍କ ପାଖରେ ଅଛି।

ତେବେ ସେ ବି ଜୀବନରେ ଅର୍ଥାଭାବ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଅନୁଷ୍କା ନିଜେ ଏ କଥା କହିଛନ୍ତି।

ଗତକାଲି ‘ଇଣ୍ଡିଆ ଟୁଡେ’ର ଏକ ଇଭେଣ୍ଟରେ ନିଜ ଫିଲ୍ମ ‘ସୁଈ ଧାଗା’ର ପ୍ରମୋସନ୍ କରିବାକୁ ଆସିଥିବା ବେଳେ ଅନୁଷ୍କା କହିଥିଲେ,“ମୋ ବାପା ସେନାରେ ଚାକିରି କରୁଥିଲେ। ସେତେବେଳେ ପରିବାରର ଆର୍ଥିକ ସ୍ଥିତି ଏତେ ସ୍ୱଚ୍ଛଳ ନଥିଲା। ସେ କରଜ କରିଥିବା ଓ ଏହାକୁ ନେଇ ଚିନ୍ତିତ ରହୁଥିବା ମୁଁ ଦେଖିଛି।”

anuସେ ଆହୁରି କହିଥିଲେ,“ଥରେ ମୋ ସ୍କୁଲ୍‌ରେ ଗୋଟିଏ ଫଙ୍କସନ୍‌ ଥିଲା। ସେଥିପାଇଁ ମୋର ଏକ ଖାସ୍‌ ଡ୍ରେସ୍‌ ଦରକାର ଥିଲା। ତେବେ ତାହା ଖୁବ୍‌ ଦାମୀ ଥିଲା। ସେଥିପାଇଁ ମା’ ମତେ କହିଥିଲେ ଯେ ସେହି ଡ୍ରେସ୍‌କୁ କିଣିବାକୁ ତାଙ୍କ ପାଖରେ ପଇସା ନାହିଁ। ତା’ସହିତ ସେହି ଫଙ୍କସନ୍‌କୁ ନଯିବାକୁ ସେ ମତେ କହିଥିଲେ। ଏହା ଶୁଣି ମୁଁ କାନ୍ଦିଥିଲି। ତା’ପରେ ମା’ ମୋ ପାଇଁ ସେହିଭଳି ଏକ ଡ୍ରେସ୍ ନିଜେ ସିଲେଇ କରି ଦେଲେ, ଯେଉଁଭଳି ମୋର ଦରକାର ଥିଲା।”

ସୂଚନାଯୋଗ୍ୟ, ଅନୁଷ୍କା ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ବାହା ହୋଇଛନ୍ତି। ଏକ ରିପୋର୍ଟ ମୁତାବକ ବିରାଟ ଓ ଅନୁଷ୍କାଙ୍କର ବାର୍ଷିକ ଆୟ ପାଖାପାଖି ୬୧୦ କୋଟି।

ଅନୁଷ୍କାଙ୍କର ଅପ୍‌କମିଂ ଫିଲ୍ମ ‘ସୁଈ ଧାଗା’ ସେପ୍ଟେମ୍ବର ୨୮ ତାରିଖରେ ରିଲିଜ୍‌ ହେବ। ଏହି ଫିଲ୍ମର ତାଙ୍କ ସହ ବରୁଣ ଧୱନ ଲିଡ୍‌ ରୋଲ୍‌ରେ ଅଛନ୍ତି।



from Odisha Reporter https://ift.tt/2phL9UV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages