କାନ୍ଥ ନେଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

କାନ୍ଥ ନେଲା ଜୀବନ

wallcollapse

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମନୋହରପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଘର କାନ୍ଥ ପଡ଼ି ଭାଇ,ଭଉଣୀଙ୍କ ମୃତ୍ୟୁ ଘଟିଛି।

ମୃତକ ଦ୍ୱୟ ହେଲେ ଶ୍ରୀରାମ ପଣ୍ଡା(୩) ଓ ଗୀତା ମୁଣ୍ଡା(୫)। ସେମାନଙ୍କ ମା’ ଓ ଆଉ ଜଣେ ଭଉଣୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି ରୁକ୍ମିଣୀ ମୁଣ୍ଡା ୩ ଛୁଆଙ୍କ ସହ ଘରେ ଶୋଇଥିଲେ। ଲଗାଣ ବର୍ଷାରେ ଦୁର୍ବଳ ହୋଇଯାଇଥିବା ଘରର କାନ୍ଥ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।

ଘଟଣାସ୍ଥଳରେ ଶ୍ରୀରାମ ଓ ଗୀତାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିବା ରୁକ୍ମିଣୀ ଓ ତାଙ୍କର ଆଉ ଜଣେ ଝିଅ ହେମଲତା(୪)ଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2Minqge

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages