ଖୁବ୍‌ଶୀଘ୍ର ଆସୁଛି ୪ କ୍ୟାମେରା ସହିତ ନୂଆ ରେଡ୍‌ମି ନୋଟ୍ ୬ ପ୍ରୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଖୁବ୍‌ଶୀଘ୍ର ଆସୁଛି ୪ କ୍ୟାମେରା ସହିତ ନୂଆ ରେଡ୍‌ମି ନୋଟ୍ ୬ ପ୍ରୋ

ରେଡ୍‌ମି ନୋଟ୍ ୫ ପ୍ରୋ ସଫଳତାର ସହିତ ଲଞ୍ଚ କରିବାପରେ ବର୍ତ୍ତମାନ ୪ଟି କ୍ୟାମେରା ସହିତ ଏହାର ଏହାର ଅପଗ୍ରେଡେଡ୍ ଭର୍ସନ୍ ରେଡ୍‌ମି ନୋଟ୍ ୬ ପ୍ରୋ ବିଷୟରେ ଘୋଷଣା କରିଛି ଶୋମି(Xiaomi)। ଏଥିରେ ରହିଥିବା ୪ଟି କ୍ୟାମେରା ମଧ୍ୟରୁ ପଛରେ ଗୋଟିଏ ୧୨ ମେଗା ପିକ୍ସେଲ୍‌ ଏବଂ ଅନ୍ୟଟି ଡୁଆଲ ପିକ୍ସେଲ୍‌ ଅଟୋ ଫୋକସ୍ ସହିତ ୫ ମେଗା ପିକ୍ସେଲ୍‌ର ରହିଥିବା ଜଣାପଡ଼ିଛି।

ସେହିଭଳି ସାମ୍ନାରେ ୧.୪ ମାଇକ୍ରନ୍ ସେନ୍ସର୍‌ ଏବଂ ଏଆଇ ପୋଟ୍ରେଟ୍ ୨.୦ ସୁବିଧା ସହିତ ଗୋଟିଏ ୨୦ ମେଗା ପିକ୍ସେଲ ଏବଂ ଅନ୍ୟଟି ୨ ମେଗା ପିକ୍ସେଲର ସେନ୍ସର ରହିଛି । ରେଡ୍‌ମି ନୋଟ୍ ୫ ପ୍ରୋ ପରି ଏଥିରେ ମଧ୍ୟ ସ୍ନାପଡ୍ରାଗନ୍ ୬୩୬ ପ୍ରୋସେସର୍‌ ରହିଛି। କିନ୍ତୁ କ୍ୟାମେରା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।

ଏଥିରେ ଡୁଆଲ ସେଲ୍ଫି କ୍ୟାମେରା ରହିଥିବାବେଳେ ଡିସ୍‌ପ୍ଲେ ୧୯:୯କୁ ବଢ଼ାଇଦିଆଯାଇଛି। ଆର୍ଟିଫିସିଆଲ୍‌ ଟେକ୍ନୋଲୋଜି ଏହି ନୂଆ ରେଡ୍‌ମି ଫୋନ୍‌କୁ ଅଧିକ ଲୋକପ୍ରିୟ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଛି।

ଥାଇଲ୍ୟାଣ୍ଡରେ ଏନେଇ ହୋଇଥିବା ଅଫିସିଆଲ ଘୋଷଣା ଅନୁଯାୟୀ, ଭାରତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୧୫,୭୦୦ ଟଙ୍କା ରହିବାର ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ଭାରତରେ ବଜାର ପ୍ରବେଶ ହୋଇନଥିବା ଏହି ସ୍ମାର୍ଟଫୋନ୍ ଦୁବାଇରେ ବିକ୍ରି ପାଇଁ ଉପଲବ୍ଧ ହୋଇସାରିଛି। କର୍ଣ୍ଣିଂ ଗରିଲା ଗ୍ଲାସ୍ ସୁରକ୍ଷା ସହିତ ଏଥିରେ ୬.୨୬ ଇଞ୍ଚର ଫୁଲ୍ ଏଚ୍‌ଡି ସ୍କ୍ରିନ୍ ରହିଛି, ଯାହାକି ସମ୍ପୂର୍ଣ୍ଣ ଫୋନ୍‌ର ୮୬ ପ୍ରତିଶତ କଭର୍ କରୁଛି।

ଶୋମି(Xiaomi) ରେଡ୍‌ମି ନୋଟ୍ ୬ ପ୍ରୋ ଆଡ୍ରେନୋ ୫୦୯ ଜିପିୟୁ ପରିଚାଳିତ। ଏଥିରେ ରହିଥିବା ୪ଜିବିର ରାମ୍ ଏହାର ପରିଚାଳନାକୁ କ୍ଷୀପ୍ର କରିପାରୁଥିବାବେଳେ ବିଭିନ୍ନ ଫାଇଲ୍‌ ଷ୍ଟୋରେଜ୍ ପାଇଁ ୬୪ ଜିବିର ଇନ୍‌ବିଲ୍ଟ ଷ୍ଟୋରେଜ୍ ରହିଛି। ପୂର୍ବପରି ଏଥିରେ ୪୦୦୦ ଏମଏଏଚ୍‌ର ବ୍ୟାଟେରୀ ରହିଛି, ଯାହାକି ଫୁଲ୍ ଚାର୍ଜରେ ୨ ଦିନଯାଏ ଚାଲିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ।



from Odisha Reporter https://ift.tt/2xK1TbL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages