
ମୁମ୍ବାଇ: ହିନ୍ଦୀ ସିନେମାର ରୋମାଣ୍ଟିକ୍ ଫିଲ୍ମକଥା ଆସିଲେ, DDLJ(ଦିଲ୍ୱାଲେ ଦୁଲ୍ହନିଆଁ ଲେ ଯାଏଙ୍ଗେ) ନିଶ୍ଚିତ ଆସେ। ଏହି ଫିଲ୍ମ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରତି ବର୍ଗର ଦର୍ଶକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି।
କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କାଜୋଲ୍ଙ୍କ ଏହି ସୁପରଡୁପର ହିଟ୍ ଫିଲ୍ମକୁ କାଜୋଲ୍ଙ୍କ ସ୍ୱାମୀ ଅଜୟ ଦେବ୍ଗନ ଏ ପର୍ଯ୍ୟନ୍ତ ଦେଖିନାହାନ୍ତି।

ନିକଟରେ ଏକ ସାକ୍ଷାତକାରରେ କାଜୋଲ୍ ଏ କଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ‘‘ଯେତେବେଳେ ମୋର ‘DDLJ’ ଶୁଟିଂ ଆରମ୍ଭ ହୋଇଥିଲା ସେତେବେଳେ ମୋତେ ଜଣା ନ ଥିଲା କି ଏହି ଫିଲ୍ମ ଭଲ ନା ଖରାପ।
ସତ କଥା କହିବାକୁ ଗଲେ ମୁଁ ଏହି ଫିଲ୍ମକୁ ନେଇ ସେମିତି କିଛି ଆଶା କରି ନ ଥିଲି। କିନ୍ତୁ ଏହି ଫିଲ୍ମ ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା। ଲୋକେ ଏହାକୁ ଖୁବ୍ ପସନ୍ଦ କରିଥିଲେ।
କାଜୋଲ୍ଙ୍କ କ୍ୟାରିଅରର ମାଇଲଷ୍ଟୋନ୍ କୁହାଯାଉଥିବା ଏହି ଫିଲ୍ମକୁ ସ୍ୱାମୀ ଅଜୟ ଦେବ୍ଗନ୍ କାହିଁକି ଏ ପର୍ଯ୍ୟନ୍ତ ଦେଖିନାହାନ୍ତି ବୋଲି ପଚରାଯିବାରୁ କାଜୋଲ୍ ଟିକେ ହସି ଦେଇ କହିଥିଲେ, କହିଥିଲେ, ‘‘ହଁ ଏହି ଫିଲ୍ମକୁ ଅଜୟ ଦେଖିନାହାନ୍ତି। ମୁଁ ଏହାର କାରଣ ତାଙ୍କୁ ଅନେକ ଥର ପଚାରିବାକୁ ଚେଷ୍ଟା କରିଛି। କିନ୍ତୁ ସେ ମୋତେ କେବେ ଠିକ୍ ଭାବେ ଉତ୍ତର ଦେଇନାହାନ୍ତି। ସେ କୁହନ୍ତି ଏକ ଖାସ୍ କାରଣ ଯୋଗୁ ସେ ଏହି ଫିଲ୍ମ ଦେଖି ନାହାନ୍ତି। ଆଉ ଏ ସମ୍ପର୍କରେ ସେ କିଛି କହିବେନି।’’
ସେ ଚାହୁଁଛନ୍ତି କି ଗଣମାଧ୍ୟମ ଅଜୟଙ୍କୁ ଏହାର କାରଣ ପଚାରନ୍ତୁ।
from Odisha Reporter https://ift.tt/2Rc7EqT
No comments:
Post a Comment