କାହିଁକି ଓବାମାଙ୍କୁ ଡିଜ୍‌ନିଲ୍ୟାଣ୍ଡରୁ ବାହାର କରି ଦିଆଯାଇ ଥିଲା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

କାହିଁକି ଓବାମାଙ୍କୁ ଡିଜ୍‌ନିଲ୍ୟାଣ୍ଡରୁ ବାହାର କରି ଦିଆଯାଇ ଥିଲା ?

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ କିଏ ନଜାଣେ ? କିନ୍ତୁ ଜାଣିଛନ୍ତି କି, ଦିନେ ଡିଜନିଲ୍ୟାଣ୍ଡ ପାର୍କ କର୍ତ୍ତୃପକ୍ଷ ଓବାମାଙ୍କୁ ବାହାର କରିଦେଇଥିଲେ। 
 
ଏହା ପଛର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। 
 
ପାର୍କ ମଧ୍ୟରେ ଓବାମା ସିଗାରେଟ୍‌ ଟାଣୁଥିବା ବେଳେ ଧରା ପଡ଼ିଯାଇଥିଲେ। ଏଥିଯୋଗୁ ତାଙ୍କୁ କର୍ତ୍ତୃପକ୍ଷ ଏଠାରୁ ବିଦା କରିଦେଇଥିଲେ।
 
ଆମେରିକାର ୪୪ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ଶେଷ କରିଥିବା ଓବାମା କାର୍ଲିଫର୍ନିଆରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏକଥା ନିଜେ କହିଛନ୍ତି।
 
ଓବମା କହିଛନ୍ତି, କଲେଜ୍‌ ପଡ଼ିବା ବେଳେ ସେ ଦ୍ୱିତୀୟଥର ପାଇଁ ଡିଜ୍‌ନିଲ୍ୟାଣ୍ଡକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ପାର୍କ ମଧ୍ୟରେ ନୌଚାଳନାକୁ ଉପଭୋଗ ମଧ୍ୟ କରିଥିଲେ। କିନ୍ତୁ ନୌଚାଳନା ସମୟରେ ଓବାମା ସିଗାରେଟ୍‌ ଟାଣିଥିଲେ। ସିଗାରେଟ୍‌ ଟାଣିବା ଘଟଣା କର୍ତ୍ତୃପକ୍ଷଙ୍କ ନଜରରେ ପଡ଼ିବା କ୍ଷଣି ସେମାନେ ତାଙ୍କୁ ପାର୍କରୁ ବିଦା କରିଦେଇଥିଲେ। 


from Odisha Reporter https://ift.tt/2CEqdRq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages