ନଦୀ ପାରି ହେଉଥିବା ବେଳେ ଭାସିଗଲେ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ନଦୀ ପାରି ହେଉଥିବା ବେଳେ ଭାସିଗଲେ ଦମ୍ପତି

କାମାକ୍ଷାନଗର (ରାକେଶ ଦେହୁରି): ସ୍ୱାମୀ ଓ ସ୍ତ୍ରୀ ଜଙ୍ଗଲକୁ ଯାଇଥିଲେ। ଫେରିବା ବେଳେ ନଦୀ ପାର ହୋଇ ଘରକୁ ଫେରୁଥିବା ବେଳେ ଭାସିଗଲେ ଦମ୍ପତି। ଆଜି ଏମିତି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି।

ପୂରା ଘଟଣା ଏମିତି। କାନପୁରା ପଞ୍ଚାୟତ ଗୁଣ୍ଡିଚାନାଳି ମଲାର ସାହିର କୁଶ ପଧାନ(୨୪) ଓ ତାଙ୍କ ପତ୍ନୀ ରିଙ୍କି(୨୦) ଆଜି ସକାଳେ ଜଙ୍ଗଲକୁ ଯାଇଥିଲେ। ଦିନ ୨ଟା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀ ରାମିଆଳ ନଦୀ ପାର ହୋଇ ଘରକୁ ଫେରୁଥିଲେ। ତେବେ ଆଜି ପ୍ରବଳ ବର୍ଷା ହୋଇଥିବାରୁ ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଥିଲା। ସେଥିରେ ସ୍ୱାମୀ-ସ୍ତ୍ରୀ ଭାସି ଯାଇଥିଲେ। ସେମାନଙ୍କ ପଛରେ ବାସନ୍ତୀ ପଧାନ ଘଟଣା ସମ୍ପର୍କରେ ଗାଁ ଲୋକଙ୍କୁ କହିଥିଲେ।

ଗାଁ ଲୋକେ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଖୋଜି ଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ। ପରେ ଏ ସମ୍ପର୍କରେ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଓ ବିଡିଓ ଜ୍ୟୋତି ଶଙ୍କର ସାହୁଙ୍କୁ ଜଣାଇଥିଲେ। ଖବର ପାଇ କଙ୍କଡାହାଡରୁ ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ଖୋଜିଥିଲେ ମଧ୍ୟ ପାଇନଥିଲେ।



from Odisha Reporter https://ift.tt/2pqeBbm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages