‘ବସ୍‌’ଙ୍କ ନିର୍ଯାତନା ଯୋଗୁ ଗର୍ଭପାତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

‘ବସ୍‌’ଙ୍କ ନିର୍ଯାତନା ଯୋଗୁ ଗର୍ଭପାତ!

ମୁମ୍ବାଇ: କମ୍ପାନୀ ମାଲିକଙ୍କ ନିର୍ଯାତନା ଯୋଗୁ ଟେଲି ଅଭିନେତା ସୁମିତ୍‌ ସଚ୍ଚଦେବଙ୍କ ପତ୍ନୀ ଗର୍ଭପାତର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନିଜେ ଅଭିନେତା ସୁମିତ୍‌ ଏପରି ଅଭିଯୋଗ କରିଛନ୍ତି।

ସୁମିତ୍‌ଙ୍କ କହିବା ଅନୁସାରେ, ତାଙ୍କ ପତ୍ନୀ ଅମ୍ରିତା ଗୁଜ୍‌ରାଲ୍‌ ୫ ମାସର ଗର୍ଭବତୀ ଥିଲେ। ତେବେ ପ୍ରସୂତିକାଳୀନ ଛୁଟିକୁ ନେଇ ଅମ୍ରିତାଙ୍କୁ ତାଙ୍କ ‘ବସ୍‌’ (ନିଯୁକ୍ତିଦାତା) ଗାଳି କରିବା ସହ ନିର୍ଯାତନା ଦେଇଥିଲେ। ଏହାକୁ ନେଇ ମାନସିକସ୍ତରରେ ଗଭୀର ଆଘାତ ପାଇଥିବା କାରଣରୁ ଅମ୍ରିତାଙ୍କ ଗର୍ଭପାତ ହୋଇଯାଇଥିବା ସ୍ୱାମୀ ତଥା ଲୋକପ୍ରିୟ ଟେଲିଭିଜନ୍‌ ଧାରବାହିକର ‘ୟେ ହୈ ମୋହବତେଁ’ର ଅଭିନେତା ସୁମିତ୍‌ ସଚ୍ଚଦେବ ଅଭିଯୋଗ କରିଛନ୍ତି।

ଏନେଇ ସୁମିତ୍‌ ସ୍ଥାନୀୟ ଏକ କୋର୍ଟରେ ମଧ୍ୟ ଅଭିଯୋଗ ଦାଏର କରିଛନ୍ତି।



from Odisha Reporter https://ift.tt/2N3Vods

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages