ବୟଫ୍ରେଣ୍ଡଙ୍କ ଆତ୍ମଦାହ ପରେ ବିଷ ପିଇଦେଲେ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ବୟଫ୍ରେଣ୍ଡଙ୍କ ଆତ୍ମଦାହ ପରେ ବିଷ ପିଇଦେଲେ ଅଭିନେତ୍ରୀ

ଚେନ୍ନାଇ: ଦୀର୍ଘ ୩ ବର୍ଷର ପ୍ରେମ ସମ୍ପର୍କକୁ ଭାଙ୍ଗି ଦେଇ ତାଙ୍କ ବୟଫ୍ରେଣ୍ଡ ନାଁରେ ପୁଲିସ୍‌ରେ ଅଭିଯୋଗ କରିଥିଲେ ଏହି ମହିଳା। ହେଲେ ପ୍ରେମିକାଙ୍କ ଏଭଳି ପ୍ରତାରଣା ସହି ନ ପାରି ବୟଫ୍ରେଣ୍ଡ ଯେତେବେଳେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ସେତେବେଳେ ପ୍ରେମିକାଙ୍କ ଚୈତନ୍ୟ ଉଦୟ ହେଲା। ଏଭଳି ଘଟଣାରେ ଅତି ବିଚଳିତ ହୋଇ ପ୍ରେମିକା ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ।

ଏ କୌଣସି ଫିଲ୍ମର କାହାଣୀ ନୁହେଁ। ରିଏଲ୍‌ ଲାଇଫ୍‌ରେ ଏମିତି ଏକ ଘଟଣା ଘଟିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରେମିକା ଜଣଙ୍କ ଜଣେ ଟିଭି ସିରିଏଲ୍ ଅଭିନେତ୍ରୀ। ନାଁ ତାଙ୍କର ନୀଲାନି। ସେ ମଶାମରା ଲିକ୍ୟୁଇଡ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ରୟପେଟା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ରବିବାର ଦିନ ନୀଲାନି ତାଙ୍କ ବୟଫ୍ରେଣ୍ଡ ଗାନ୍ଧି ଲଳିତ କୁମାରଙ୍କ ସହ ୩ ବର୍ଷର ସମ୍ପର୍କକୁ ଛିନ୍ନ କରିଥିଲେ। ଏପରି କି ଲଳିତ ତାଙ୍କୁ ହଇରାଣ କରୁଛନ୍ତି ବୋଲି ମୟାଲପୁର ପୁଲିସ୍‌ରେ ଅଭିଯୋଗ କରିଥିଲେ। ନୀଲାନିଙ୍କ ଏଭଳି ପ୍ରତାରଣାକୁ ସହି ନ ପାରି ଲଳିତ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାକୁ ନେଇ ଅନେକ ଲୋକ ସୋଶାଲ୍‌ ମିଡିଆରେ ନୀଲାନିଙ୍କ କଟୁ ସମାଲୋଚନା କରିଥିଲେ ଏବଂ ଲଳିତଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରିଥିଲେ। ଲୋକ ଅପବାଦକୁ ସହି ନ ପାରି ନୀଲାନି ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2OG1FJ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages