ଜିଓର ସର୍ବାଧିକ ବିକ୍ରି ହେଉଥିବା ପ୍ଲାନ‌୍‍ ଏବେ ମାସକୁ ମାତ୍ର ୧୦୦ ଟଙ୍କାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଜିଓର ସର୍ବାଧିକ ବିକ୍ରି ହେଉଥିବା ପ୍ଲାନ‌୍‍ ଏବେ ମାସକୁ ମାତ୍ର ୧୦୦ ଟଙ୍କାରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜର ଦ୍ୱିତୀୟ ବର୍ଷପୂର୍ତ୍ତି ପାଳନ କରୁଥିବା ଜିଓ ପକ୍ଷରୁ ଉପଭୋକ୍ତାମାନଙ୍କୁ ମାସ ସାରା ବିଭିନ୍ନ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ସମସ୍ତ ଉପଭୋକ୍ତାଙ୍କୁ ୧୬ ଜିବି ମାଗଣା ଡାଟା ଉପହାର ଦେବା ପରେ, ଏବେ ଜିଓ ପକ୍ଷରୁ ଏହାର ସର୍ବାଧିକ ବିକ୍ରି ହେଉଥିବା ପ୍ଲାନ‌୍‍କୁ ମାତ୍ର ୧୦୦ ଟଙ୍କା ପ୍ରତିମାସ ହିସାବରେ ଉପଲବ୍ଧ କରାଇବା ଆରମ୍ଭ କରାଯାଇଛି। ଏହି ଅବିଶ୍ୱସନୀୟ ଅଫରର ଅଂଶ ସ୍ୱରୂପ ଜିଓ ପକ୍ଷରୁ ତିନିମାସ ପାଇଁ ମାସକୁ ୧୦୦ ଟଙ୍କା ଦରରେ ମାଗଣା ଭଏସ‌୍‍ ଏବଂ ଅସୀମିତ ଡାଟା (୪୨ଜିବି) ପ୍ରଦାନ କରାଯାଉଛି।

ଅଫର ସମ୍ପର୍କରେ:

ଜିଓର ସର୍ବାଧିକ ବିକ୍ରି ହେଉଥିବା ୩୯୯ ଟଙ୍କିଆ ପ୍ଲାନ‌୍‍ ଏବେ ୧୦୦ ଟଙ୍କା ରିହାତି ସହିତ ବାସ୍ତବରେ ୨୯୯ ଟଙ୍କାରେ ଉପଲବ୍ଧ ହେବ। ଏହି ୧୦୦ ଟଙ୍କା ରିହାତିର ଦୁଇଟି ଭାଗ ରହିଛି:

୧) ପ୍ରଥମଟି ହେଉଛି ୫୦ ଟଙ୍କାର ତତ‌୍‍କ୍ଷଣାତ‌୍‍ ରିହାତି ମାଇଁ ଜିଓ ଆପ‌୍‍ ଜରିଆରେ ରିଚାର୍ଜ କରୁଥିବା ପ୍ରି-ପେଡ‌୍‍ ଉପଭୋକ୍ତାଙ୍କ ପାଇଁ, ଯେଉଁଥିରେ ୫୦ ଟଙ୍କାର କ୍ୟାସ‌୍‍-ବ୍ୟାକ‌୍‍ ଭାଉଚର ରହିଛି।

୨) ଦ୍ୱିତୀୟଟି ହେଉଛି ମାଇଁ ଜିଓ ଆପ‌୍‍ରେ ରହିଥିବା ଫୋନ‌୍‍-ପେ ଦ୍ୱାରା ପୈଠ (ପେମେଣ୍ଟ) କରିବା ସଙ୍ଗେସଙ୍ଗେ ଆଉ ୫୦ ଟଙ୍କାର ରିହାତି।

ଏହା ଏକ ସୀମିତ ଅବଧି ଅଫର ଯାହା ୧୨ ସେପ୍ଟେମ୍ୱର ଠାରୁ ୨୧ ସେପ୍ଟେମ୍ୱର ଯାଏଁ ଉପଲବ୍ଧ।



from Odisha Reporter https://ift.tt/2QkWf7T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages